ଫିଟୁଛି ନକଲି ସାର୍ଟିଫିକେଟ୍ କେଳେଙ୍କାରୀ ଗୁମର । ଫେକ୍ ସାଟିଫିକେଟ୍ ମାମଲାର ତଦନ୍ତ ଯେତିକି ଆଗକୁ ବଢୁଛି ମାମଲା ସହ ଜଡିତ ସେତିକି ତଥ୍ୟ ସାମ୍ନାକୁ ଆସୁଛି । ଓଡ଼ିଶାର ପୂର୍ବ, ପଶ୍ଚିମ, ଉତର ଓ ଦକ୍ଷିଣ ଯାଏ ସବୁଠି ନକଲି ଶିକ୍ଷାଗତ ସାର୍ଟିଫିକେଟ କାରବାର ଚାଲିଥିବା ବେଳେ ଏହାର ଚେର ରାଜ୍ୟ ବାହାରକୁ ଲମ୍ବିଥିବା ସ୍ପଷ୍ଟ ହୋଇଛି । ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ନେବା ପରେ ଏହାର ଚେର ୮ ରାଜ୍ୟକୁ ଲମ୍ବିଥିବା ତଥ୍ୟ ସାମ୍ନାକୁ ଆସିଛି । ଏହି କାରବାରରେ ପ୍ରାୟ ୮ଟି ରାଜ୍ୟ ସ୍କୁଲ, କଲେଜ୍ ଓ ବିଶ୍ୱବିଦ୍ୟାଳୟର ଶିକ୍ଷାଗତ ଯୋଗତ୍ୟ ପ୍ରମାଣପତ୍ର କ୍ରାଇମବ୍ରାଞ୍ଚ ହାତରେ ଲାଗିଛି । ଡିଏସପି ଡି.ବି. ଚକ୍ରଙ୍କ ନେତୃତ୍ୱରେ କ୍ରାଇମବ୍ରାଞ୍ଚର ୫ଜଣିଆ ଟିମ୍ ଏହି ମାମଲାର ତଦନ୍ତ କରୁଛନ୍ତି ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ