ହକି ଇଣ୍ଡିଆ ଜୁନିଅର ପୁରୁଷ ନ୍ୟାସନାଲ ଚମ୍ପିୟାନସିପ । ଫାଇନାଲରେ ଚଣ୍ଡିଗଡ଼-ମଧ୍ୟପ୍ରଦେଶ । ରାଉରକେଲା ଵିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଅନୁଷ୍ଠିତ ହେଉଥିବା ହକି ଇଣ୍ଡିଆ ଜୁନିଅର ପୁରୁଷ ନ୍ୟାସନାଲ ଚମ୍ପିୟାନସିପର ଫାଇନାଲରେ ଚଣ୍ଡିଗଡ ଓ ମଧ୍ୟପ୍ରଦେଶ ପ୍ରବେଶ କରିଛନ୍ତି । ପ୍ରଥମ ସେମି ଫାଇନାଲ ମ୍ୟାଚରେ ହରିୟଣାକୁ ୩-୧ ଗୋଲରେ ପରାସ୍ତ କରି ଚଣ୍ଡିଗଡ ଫାଇନାଲରେ ପ୍ରବେଶ କରିଛନ୍ତି। ଦ୍ଵିତୀୟ ସେମି ଫାଇନାଲରେ ଓଡିଶାକୁ ୧୨-୧୧ ପେନାଲଟି ସୁଟ ଆଉଟ ଗୋଲରେ ପରାସ୍ତ କରି ମଧ୍ୟପ୍ରଦେଶ ଫାଇନାଲରେ ପ୍ରବେଶ କରିଛନ୍ତି। ଆଜି ଵିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେଵାସହ ତୃତୀୟ ଓ ଚତୁର୍ଥ ସ୍ଥାନ ପାଇଁ ମଧ୍ୟ ମ୍ୟାଚ ଅନୁଷ୍ଠିତ ହେବ।
“The eyes believe themselves, the ears believe other people.”
More Stories
ଛାନିଆ ହେଲେଣି ପାକିସ୍ତାନୀ ଖେଳାଳୀ, ଭାରତ ଆସିବାକୁ ମନା କଲେ ନଦୀମ
ଶ୍ରଦ୍ଧାଞ୍ଜଳି ଦେଲେ କ୍ରିକେଟର୍
କ୍ରିକେଟର୍ ହେବାକୁ ହେଲେ କରିବାକୁ ପଡିବ ତ୍ୟାଗ