ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପ୍ରଥମଥର ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ବିଧାୟିକା କନ୍ୟା କେ, କବିତାଙ୍କ ନାମ ଯୋଡି ହୋଇଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଅଦାଲତରେ କିଛି ଡକ୍ୟୁମେଣ୍ଟ ଦେଇଛି । ଯେଉଁଥିରେ କବିତାଙ୍କର ନାମ ରହିଛି । ବୁଧବାର ଦିନ ଇଡି ତରଫରୁ ଗୁରୁଗ୍ରାମରୁ ବ୍ୟବସାୟୀ ଅମିତ ଆରୋଡାଙ୍କୁ ଗିରଫ କରିଥିଲା । ଅମିତଙ୍କ ବୟାନ ମୁତାବକ ଇଡି ଦାବି କରିଛି କି କବିତା ସାଉଥ ଗ୍ରୁପର ଜଣେ ପ୍ରମୁଖ ସଦସ୍ୟ ଥିଲେ । ସେ ଅନ୍ୟଜଣେ ଗିରଫ ଅଭିଯୁକ୍ତ ବିଜୟ ନାୟାରଙ୍କ ମାଧ୍ୟମରେ ଦିଲ୍ଲୀର କ୍ଷମତାସୀନ ଆମ୍ ଆଦମୀ ପାର୍ଟିର ନେତାଙ୍କୁ ଅତିକମରେ ୧୦୦ କୋଟି ଟଙ୍କା ଦେଇଛନ୍ତି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ