The Topmost

“The eyes believe themselves, the ears believe other people.”

ଫଳାଫଳ ଅପେକ୍ଷାରେ ସମସ୍ତେ

କିଏ ହେବେ ନୂଆ ରାଷ୍ଟ୍ରପତି? ଫଳାଫଳ ଅପେକ୍ଷାରେ ସମସ୍ତେ । ତେବେ ଏହାରି ଭିତରେ ପ୍ରଥମ ରାଉଣ୍ଡ ଭୋଟ୍ ଗଣତି ଶେଷ ହୋଇଛି । ପ୍ରଥମେ ସଂସଦରେ ଗ୍ରହଣ ହୋଇଥିବା ଭୋଟ ଗଣତି ଶେଷହୋଇଛି । ମୋଟ୍ ୭୪୮ ଭୋଟ ମଧ୍ୟରୁ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ୫୪୦ ଖଣ୍ଡ ଭୋଟ ମିଳିଛି । ସେହିପରି ବିରୋଧୀଙ୍କ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ୨୦୮ ଖଣ୍ଡ ଭୋଟ ମିଳିଛି । ତେବେ ପ୍ରଥମ ରାଉଣ୍ଡରେ ୭୨ ପ୍ରତିଶତ ଭୋଟ ମୁର୍ମୁଙ୍କୁ ମିଳିଛି । ମୁର୍ମୁଙ୍କୁ ମୋଟ୍ ୩,୭୮,୦୦୦ ସାଂସଦଙ୍କ ଭୋଟ୍ ମିଳିଥିବାବେଳେ ସିହ୍ନାଙ୍କୁ ମୋଟ୍ ୧,୪୫,୬୦୦ ଖଣ୍ଡ ମିଳିଛି । ପୂର୍ବରୁ ଯେଉଁଭଳି ଆକଳନ କରାଯାଇଥିଲା ଫଳାଫଳ ମଧ୍ୟ ସେହିପରି ଆସୁଛି । ତେବେ ମୁର୍ମୁଙ୍କ ବିଜୟ ଏକ ପ୍ରକାର ସୁନିଶ୍ଚିତ ହୋଇଯାଇଛି । ସେପଟେ ଦ୍ରୌପଦୀ ମୁର୍ମୁଙ୍କ ଗାଁ ମାଟି ରାଇରଙ୍ଗପୁରରେ ମଧ୍ୟ ଭିଡ଼ ଜମିବାରେ ଲାଗିଛି । ଗାଁରେ ପାରମ୍ପରିକ ନୃତ୍ୟ ଗୀତର ଆସର ଜମି ଥିବାବେଳେ ଲୋକମାନେ କେବଳ ଔପଚାରିକ ଘୋଷଣାକୁ ଅପେକ୍ଷା କରିଛନ୍ତି ।