August 12, 2025
PALAHARI CHALLA @THE TOPMOST

ଫଲାହାରୀ ଚିଲ୍ଲା

ସାମଗ୍ରୀ- ଅଧା କପ୍‌ ଗ୍ରେଟେଡ୍‌ କଖାରୁ, ଅଟା ଏକ କପ୍‌, ଦହି ଅଧା କପ୍‌, ଅଳ୍ପ ହଳଦୀ ପାଉଡର, ଲଙ୍କାଗୁଣ୍ଡ ଅଳ୍ପ, ମରିଚ ଗୁଣ୍ଡ ଅଳ୍ପ, କଟା ହୋଇଥିବା କଞ୍ଚା ଲଙ୍କା ଅଳ୍ପ, ଏକ ଛୋଟ ଚାମଚ ଅଦା ପେଷ୍ଟ, ବିଟ୍‌ଲୁଣ ସ୍ୱାଦ ଅନୁସାରେ ।
ପ୍ରଣାଳୀ- ଗୋଟିଏ ପାତ୍ରରେ ଅଟା ସହିତ ଗ୍ରେଟେଡ୍‌ କଖାରୁ ଓ ଦହି ଭଲକରି ମିଶାଇ ନିଅନ୍ତୁ । ଏହାକୁ ଆବଶ୍ୟକ ଅନୁସାରେ ପାଣି ମିଶାଇ ବହଳିଆ ଆଣ ପ୍ରସ୍ତୁତ କରନ୍ତୁ । ଏହାପରେ ଏଥିରେ ଲଙ୍କା ଗୁଣ୍ଡ, କଞ୍ଚାଲଙ୍କା, ଅଦା ପେଷ୍ଟ, ଲୁଣ ଭଲ କରି ମିଶାଇଦିଅନ୍ତୁ । ମିଶ୍ରଣକୁ ୧୫ରୁ ୨୦ ମିନିଟ୍‌ ପର୍ଯ୍ୟନ୍ତ ରଖନ୍ତୁ । ଏହାପରେ ଏହାକୁ ପ୍ୟାନ୍‌ରେ ତେଲଦେଇ ଅଳ୍ପ ଅଳ୍ପ କରି ପିଠା ଭଳି କ୍ରିପ୍‌ସି କରିି ସେକନ୍ତୁ । ଏହି ଚିଲ୍ଲାକୁ ଦହି କିମ୍ବା କୌଣସି ଚଟଣି ସହିତ ଖାଇପାରିବେ ।

SHARE BY