The Topmost

“The eyes believe themselves, the ears believe other people.”

“ପ୍ଲିଜ ଦିଲ୍ଲୀ ବଜେଟକୁ ରୋକନ୍ତୁ ନାହିଁ”

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଚିଠି । ଚିଠିରେ କେଜ୍ରିୱାଲ ଲେଖିଛନ୍ତି, ପ୍ଲିଜ୍ ଦିଲ୍ଲୀ ବଜେଟକୁ ରୋକନ୍ତୁ ନାହିଁ । ଆପଣ ଦିଲ୍ଲୀବାସୀଙ୍କ ଉପରେ କାହିଁକି ଏତେ ନାରାଜ ? ସ୍ୱାଧୀନତାର ୭ ଦଶନ୍ଧି ପରେ ଏଭଳି କେବେ ଦେଖିବାକୁ ମିଳିନଥିଲା । ପ୍ରଥମଥର ପାଇଁ କୌଣସି ରାଜ୍ୟର ବଜେଟକୁ ରୋକାଯାଉଛି । ଦିଲ୍ଲୀବାସୀ ଆପଣଙ୍କୁ ହାତଯୋଡି ପ୍ରାର୍ଥନା କରୁଛନ୍ତି ଯେ, ଦୟାକରି ବଜେଟକୁ ପାସ୍ କରିବାକୁ ଦିଅନ୍ତୁ । ଗୃହ ମନ୍ତ୍ରାଳୟ ଆପ୍ ସରକାରକୁ ସ୍ପଷ୍ଟୀକରଣ ମାଗିଛି ଯେ ବଜେଟ ପ୍ରସ୍ତାବରେ ବିଜ୍ଞାପନ ବାବଦକୁ ଏତେ ଟଙ୍କା କାହିଁକି ରଖାଯାଇଛି । ଭିତ୍ତିଭୂମି ଓ ବିକାଶ କାର୍ଯ୍ୟ ପାଇଁ କମ ଟଙ୍କା ଆବଣ୍ଟିତ ହୋଇଥିବା ବେଳେ ବିଜ୍ଞାପନ ବାବଦକୁ ଏତେ ଟଙ୍କା କାହିଁକି ଖର୍ଚ୍ଚ କରାଯାଉଛି । ତେବେ ଏନେଇ ଆପ୍ ସରକାର ପକ୍ଷରୁ କୁହାଯାଇଛି ଯେ, ଗୃହ ମନ୍ତ୍ରାଳୟ ସମ୍ପୂର୍ଣ୍ଣ ଭାବେ ମିଛ କହୁଛି ।

SHARE BY