The Topmost

“The eyes believe themselves, the ears believe other people.”

ପ୍ଲାଷ୍ଟିକ କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ୬ଜଣ ଜୀବନ୍ତ ଦଗ୍ଧ

ଢାକାର ଏକ ପ୍ଲାଷ୍ଟିକ କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ତେବେ ଏହି ଅଗ୍ନିକାଣ୍ଡରେ ୬ଜଣ ଜିଅନ୍ତା ଜଳି ଯାଇଛନ୍ତି । ଢାକାର ଚୌକବଜାର ଅଞ୍ଚଳରେ ଏହି ଘଟଣା ଘଟିଛି । କାରଖାନାର ତଳ ମହଲାରେ ବାରିସାଲ ହୋଟେଲ ରହିଛି । ଏଠାରେ ରୋଷେଇ ଚାଲିଥିବାବେଳେ ଏକ ସିଲିଣ୍ଡର ହଠାତ ବିସ୍ଫୋରଣ ହୋଇଥିଲା । ଫଳରେ ହୋଟେଲର ଚାରିଆଡେ ନିଆଁ ବ୍ୟାପୀ ଯାଇଥିଲା । ସେଠାରେ କାମ କରୁଥିବା ୬ କର୍ମଚାରୀ କୁଆଡେ ଯାଇପାରି ନଥିଲେ । ଫଳରେ ନିଆଁରେ ପୋଡି ହୋଇ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଏହି ନିଆଁ ଖୁବଶୀଘ୍ର ପ୍ଲାଷ୍ଟିକ କାରଖାନାକୁ ବ୍ୟାପୀ ଯାଇଥିଲା । ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଜନସାଧାରଣଙ୍କ ତରଫରୁ ତୁରନ୍ତ ପଦକ୍ଷେପ ନିଆଯାଇଥିଲା । ବିଭାଗୀୟ ନିର୍ଦ୍ଦେଶକ ଜିଲୁ ରେହମାନଙ୍କ ନେତୃତ୍ବରେ କର୍ମଚାରୀମାନେ ୧୦ ଅଗ୍ନିଶମ ଗାଡି ଜରିଆରେ ନିଆଁକୁ ଆୟତ୍ତ କରିଥିଲେ ।