The Topmost

“The eyes believe themselves, the ears believe other people.”

ପ୍ଲାଷ୍ଟିକ୍ ଚା ଛଣାରେ ଛାଣୁଛନ୍ତି କି ଚା, ପ୍ରତିଦିନ ପିଉଛନ୍ତି ବିଷାକ୍ତ ଚା

ଆପଣ ଚା’ ପିଇବାକୁ ଭଲ ପାଆନ୍ତି କି? ଯଦି ହଁ, ତେବେ ଏହି ଖବରଟି ଆପଣଙ୍କୁ ଜାଣିବାର ନିହାତି ଆବଶ୍ୟକତା ରହିଛି | କାରଣ ଆପଣ ପ୍ରତିଦିନ ଚା’ ମାଧ୍ୟମରେ ଶରୀରକୁ ବିଷ ନେଉଛନ୍ତି | ଆପଣଙ୍କ ଘରେ ବା ଦୋକାନରେ ଚା’ ଛଣାଯିବାବେଳେ ଆପଣ ପ୍ଲାଷ୍ଟିକ ଚା’ ଛଣା ଦେଖିଥିବେ | ଏହା ମୁଖ୍ୟତଃ ଶସ୍ତା ହୋଇଥିବାରୁ ପ୍ରାୟ ସମସ୍ତେ ଏହାକୁ ହିଁ ବ୍ୟବହାର କରନ୍ତି | ନିକଟରେ କେନ୍ଦ୍ର ସରକାରଙ୍କ ଇସ୍ପାତ ମନ୍ତ୍ରାଳୟ ଏ ନେଇ ଏକ ସଚେତନାଧର୍ମୀ ପୋଷ୍ଟ କରିଥିଲା | ଏଥିରେ ଲେଖା ହୋଇଥିଲା ଯେ ଆପଣମାନେ ପ୍ଲାଷ୍ଟିକ ଚା’ ଛଣା ପରିବର୍ତ୍ତେ ସ୍ଟେନଲେସଷ୍ଟିଲ୍ ଚା ଛଣା ବ୍ୟବହାର କରନ୍ତୁ | କାରଣ ଏହି ପ୍ଲାଷ୍ଟିକ ଛଣାରୁ ବାହାରିଥିବା ବିଷକୁ ଆପଣଙ୍କ କପେ ଚା’ରେ ହିଁ ଥାଏ | ତେବେ ଚା’ ଛଣାରେ ବିଷ କେଉଁଠୁ ଆସିଲା ବୋଲି ଆପଣ ଭାବୁଥିବେ |

ଯେତେବେଳେ ନାନୋ ପ୍ଲାଷ୍ଟିକ ବା ମାଇକ୍ରୋ ପ୍ଲାଷ୍ଟିକର ଜୀବ ଶରୀର ପ୍ରତି କ’ଣ ପ୍ରତିକୂଳ ପ୍ରଭାବ ପକାଉଛି ବୋଲି ଗବେଷଣା କରାଯାଇଥିଲା, ଏହାକୁ ପ୍ରଥମେ ମୂଷାମାନଙ୍କ ଶରୀରରେ ପରୀକ୍ଷଣ କରାଯାଇଥିଲା | ଆଉ ଯେତେବେଳେ ନାନୋ ପ୍ଲାଷ୍ଟିକ ମୂଷାମାନଙ୍କର ଶରୀରକୁ ଯାଇଥିଲା ସେତେବେଳେ ଏହା ମୂଷାମାନଙ୍କ ଶରୀର ଭିତରେ ଥିବା ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗରେ ସମସ୍ୟା ସୃଷ୍ଟି କରିଥିଲା | ହରମୋନ ସମସ୍ୟା ସହ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରିଦେଇଥାଏ, ଏପରିକି କ୍ୟାନ୍ସର ମଧ୍ୟ ସୃଷ୍ଟି କରେ | ତେଣୁ ଚା ଛାଣିବା ପାଇଁ ଯେତେବେଳେ ପ୍ଲାଷ୍ଟିକ ଛଣା ବ୍ୟବହାର କରାଯାଏ, ସେତେବେଳେ ତାତିଥିବା ଚା ଯୋଗୁଁ ପ୍ଲାଷ୍ଟିକ କଣିକା ଯାହା ଆମ ଆଖିକୁ ଦେଖାଯାଇନଥାଏ, ପ୍ଲାଷ୍ଟିକରୁ ଖସି ଚା କପକୁ ଆସିଯାଇଥାଏ | ସେହିପରି ପ୍ଲାଷ୍ଟିକ ନିର୍ମାଣରେ ୪ ହଜାର ପର୍ଯ୍ୟନ୍ତ ବିଭିନ୍ନ ରାସାୟନିକ ପଦାର୍ଥ ବ୍ୟବହାର ହୋଇଥାଏ | ଆଉ ଆମେ ଯେତେବେଳେ ଚା ପିଉଥାଉ, ଏଥିରୁ କିଛି ଆମ ଶରୀର ଭିତରକୁ ଯାଇଥାଏ |

ଏହି ରାସାୟନିକ ପଦାର୍ଥରୁ ଅଧିକାଂଶ କେବଳ ଆମ ପରିବେଶ ପାଇଁ ନୁହେଁ, ବରଂ ଆମ ସ୍ୱାସ୍ଥ୍ୟକୁ କ୍ଷତି ପହଂଚାଇଥାଏ | ମୂଷାକୁ ନେଇ କରାଯାଇଥିବା ଗବେଷଣାରୁ ଯାହା ଜଣାପଡିଛି ଏହା ଆମ ଶରୀର ଉପରେ ମଧ୍ୟ ପ୍ରଭାବ ପକାଇଥାଏ | ଯେହେତୁ ପୂର୍ବରୁ ଏନେଇ ଏତେ ଗବେଷଣା ହୋଇନଥିଲା, ତାହା ଜଣାପଡ଼ିନଥିଲା | କିନ୍ତୁ ବର୍ତ୍ତମାନ ଯେହେତୁ ପ୍ଲାଷ୍ଟିକକୁ ନେଇ ଅଧିକ ଗବେଷଣା କରାଯାଉଛି, ଏବାବଦରେ ନୂତନ ତଥ୍ୟମାନ ହାସଲ ହୋଇଛି | କିନ୍ତୁ ଷ୍ଟିଲ ଯେହେତୁ ଏକ ଧାତୁ, ତେଣୁ ଗରମ ଚା ଢଳାଯିବା ଦ୍ୱାରା କୌଣସି ପ୍ରଭାବ ପଡ଼ିନଥାଏ |

SHARE BY