The Topmost

“The eyes believe themselves, the ears believe other people.”

plus-size-dresses

ପ୍ଲସ୍‌ ସାଇଜ୍‌ ୱିମେନ୍‌ ଆଉଟଫିଟ୍‌

ପ୍ଲସ୍‌ ସାଇଜ୍‌ ମହିଳାମାନେ ଡ୍ରେସିଂ ସେନ୍ସକୁ ନେଇ ସର୍ବଦା ସଜାଗ ରହିଥାନ୍ତି । େୱଷ୍ଟର୍ନ ଡ୍ରେସ୍‌ ଭଲ ମାନି ନଥାଏ ବୋଲି କେତେକ ଭାବିଥାନ୍ତି । ହେଲେ ବର୍ତ୍ତମାନ ଚିନ୍ତାଧାରା ବଦଳିବାର ସମୟ ଆସିଯାଇଛି । ଫ୍ୟାଶନେବୁଲ୍‌ ଲୁକ୍‌ ପାଇବାକୁ ଚାହୁଁଥିଲେ ଏହି ସମର୍‌ ସିଜନରେ କିଛି ନୂଆ ଆଉଟଫିଟ୍‌ ଟ୍ରାଏ କରନ୍ତୁ । ଏହା ଦେଖିବାରେ ଷ୍ଟାଇଲିସ୍‌ ହେବା ସହ ବହୁତ ଆରାମଦାୟକ ହୋଇଥାଏ । ଏପରିକି ଆପଣଙ୍କ ଓଜନ ପ୍ରତି କାହାର ଧ୍ୟାନ ଯିବନାହିଁ ।

-ଯଦି ଆପଣଙ୍କୁ ଜିନ୍ସ ପିନ୍ଧିବା ଦ୍ୱାରା ଗରମ ଅନୁଭୂତ ହେଉଛି, ତାହେଲେ ପ୍ଲାଜୋ ପ୍ୟାଣ୍ଟ୍‌ ଏବଂ ଓଭରସାଇଜ୍‌ ଟିସାର୍ଟ ଟ୍ରାଏ କରିପାରିବେ । ଏହି ଦେଖିବା ପାଇଁ ବହୁତ ଆକର୍ଷଣୀୟ ଏବଂ ଆରାମ ମଧ୍ୟ ଲାଗିଥାଏ । ସେହିପରି ଆପଣଙ୍କ ଫ୍ୟାଟ୍‌ ଅଧିକ ଜଣାପଡ଼ୁଛି, ତେବେ କ୍ରପ୍‌ ଟପ୍‌ ସହ ମ୍ୟାଚ୍‌ କରିପାରିବେ ।
-ଅଧିକ ଷ୍ଟାଇଲିସ୍‌ ଲୁକ୍‌ ପାଇଁ କ୍ୟାରେଟ୍‌ ଜିନ୍ସ କିମ୍ବା ପ୍ୟାଣ୍ଟ୍‌କୁ କ୍ରପ୍‌ ଟପ୍‌ ସହ ପେୟାର ଅପ୍‌ କରନ୍ତୁ । ଏହା ବହୁତ କୁଲ୍‌ ଲୁକ୍‌ ଦେବ ଏବଂ ଟମି ଏରିଆ ପ୍ରତି କାହାର ଦୃଷ୍ଟି ଯିବନାହିିଁ । ପ୍ଲସ୍‌ ସାଇଜ୍‌ ୱିମେନ୍‌ଙ୍କ ମଧ୍ୟରେ ଏହି ଲୁକ୍‌କୁ ବହୁତ ପସନ୍ଦ କରାଯାଉଛି ।
-ଯଦି ଆପଣ ଟ୍ରାଡିସନାଲ ଲଭର୍‌ ଏବଂ େୱଷ୍ଟର୍ନ ଟଚ୍‌ ଆଣିବାକୁ ଚାହୁଁଛନ୍ତି, ତାହେଲେ ଜିନ୍ସ ସହ କୁର୍ତ୍ତୀ ଭଲ ବିକଳ୍ପ । ସମର୍‌ ସିଜନରେ କର୍ଟନ କିମ୍ବା ଲିନେନ୍‌ର କୁର୍ତ୍ତୀକୁ ଆପଣଙ୍କ ୱାର୍ଡରୋବ୍‌ରେ ସାମିଲ କରନ୍ତୁ ।
-ମର୍ଡନ ସହ କ୍ଲାସି ଲୁକ୍‌ ଚାହୁଁଥିଲେ, ସାର୍ଟ ଡ୍ରେସ୍‌କୁ ମଧ୍ୟ ଟ୍ରାଏ କରିପାରିବେ । ମାର୍କେଟରେ ଆଜିକାଲି ବହୁତ ଡିଜାଇନର ସାର୍ଟ ଡ୍ରେସ୍‌ ମିଳୁଛି, ଯାହାକୁ ଆପଣ ପାର୍ଟିରେ ପିନ୍ଧିପାରିବେ ।

  • େୱଷ୍ଟର୍ନ ୱିୟରରେ ଜମ୍ପସୁଟ୍‌ ସାମିଲ କରନ୍ତୁ, ଦେଖିବେ ଏହା ଆପଣଙ୍କୁ ଗ୍ଲାମର ଲୁକ୍‌ ପ୍ରଦାନ କରିବ । ହିଲ୍ସ ଏବଂ ଜୋତାରେ ଏହାକୁ ପେୟାର ଅପ୍‌ କରି ରିଲାକ୍ସ ଲୁକ୍‌ ପାଇପାରିବେ । ଏଥିସହ ଜମ୍ପସୁଟ୍‌ ଡେ ଆଉଟିଂ ଏବଂ ଡିନର୍‌ ଡେଟ୍‌ ପାଇଁ ପରଫେକଫ ଲୁକ୍‌ ଦେବ ।
    -ଯେକୌଣସି ପାର୍ଟିକୁ ଯାଉଥିଲେ, ଡିଜାଇନର ଗାଉନକୁ ଚୟନ କରନ୍ତୁ । ହାଲକା ଫ୍ୟାବ୍ରିକ୍‌ରେ ତିଆରି ଗାଉନ ହିଁ ଆପଣଙ୍କ ପ୍ଲସ ସାଇଜ୍‌ ପାଇଁ ଭଲ । ଫେଞ୍ଚ୍‌ ବନ୍‌ ହେୟାରଷ୍ଟାଇଲ୍‌ ଏହାକୁ ପରଫେକଫ ସୁଟ୍‌ କରିବ ।
  • ରେଟ୍ରୋ ଲୁକ୍‌ କ୍ରିଏଟ୍‌ କରିବାକୁ ଚାହୁଁଥିଲେ ସିଗାରେଟ୍‌ ଟ୍ରାଉଜର୍‌କୁ ବାଛିପାରିବେ । ଏହାସହ ଆପଣ ଡାର୍କ କଲର୍‌ର ଟପ୍‌ ପିନ୍ଧନ୍ତୁ । କାଜୁଆଲ୍‌ ଆଉଟିଂ ପାଇଁ ଏହା ଭଲ ଅପସନ୍‌ ।
  • ପ୍ଲସ୍‌ ସାଇଜ୍‌ ହୋଇଥିବା ସତ୍ତେ୍ୱ ଆପଣଙ୍କ ପରଫେକଫ ଫିଗରକୁ ଦେଖାଇବାକୁ ଚାହୁଁଥିଲେ, ୱାଇଡ୍‌ ଲେଗ୍‌ ପ୍ୟାଣ୍ଟ୍‌ ପିନ୍ଧନ୍ତୁ । ଏହାସହ ସ୍ଲିଭ୍‌ଲେସ୍‌ ଟପ୍‌ ଆଡ୍‌ କରିପାରିବେ । ଦେଖିବେ ଏହା ଆପଣଙ୍କୁ ଫ୍ୟାଶନେବୁଲ୍‌ ଲୁକ୍‌ ଦେବ ।
    -ଫର୍ମଲା ମିଟିଂ, ଅଫିସ ପାଇଁ ଆପଣ ନି-ଲେନ୍ଥ ସ୍କର୍ଟ ଟ୍ରାଏ କରିପାରିବେ । କିନ୍ତୁ ଏଥିରେ ଆପଣଙ୍କୁ ଟକ୍‌ ଇନ୍‌ କରି ଷ୍ଟ୍ରିପଡ୍‌ ସାର୍ଟ ପିନ୍ଧିବାକୁ ପଡ଼ିବ । ଏହି ଆଉଟଫିଟ୍‌ ଆପଣଙ୍କୁ କାଜୁଆଲ ସହ ଗ୍ଲାମର ଲୁକ୍‌ ପ୍ରଦାନ କରିବ ।
plus-size-dresses @thetopmost-01
plus-size-dresses @thetopmost-01

https://thetopmost.in/?p=1668

https://thetopmost.in/?p=1640

https://thetopmost.in/?p=1609

https://thetopmost.in/?p=1632

https://thetopmost.in/?p=1699