ପ୍ରୋଟୋକଲ ଭାଙ୍ଗିଲେ ମହାମହିମ । ଆଇବି ବଦଳରେ ନିଜ ଘରେ ରହିବାକୁ ପସନ୍ଦ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅର୍ଥାତ୍ ତିନିଦିନିଆ ମୟୂରଭଞ୍ଜ ଗସ୍ତର ପ୍ରଥମ ଦିନର ରାତ୍ରିଯାପନ ନିଜ ଘରେ କରିଛନ୍ତି । ପୂର୍ବରୁ ପିଡବ୍ଲୁଡି ଆଇବିରେ ରହିବା ନେଇ ବ୍ୟବସ୍ଥା ହୋଇଥିଲା । କିନ୍ତୁ ଘରକୁ ଯିବା ପରେ ସେଠାରେ ରାତ୍ରିଯାପନ କରିବାକୁ ଆଗ୍ରହ ଦେଖାଇଥିଲେ ମହାମହିମ । ରାଇରଙ୍ଗପୁର ମହୁଲଡିହା ସ୍ଥିତ ତାଙ୍କ ବାସଭବନରେ ସେ ରାତ୍ରିଯାପନ କରିଛନ୍ତି । ଫଳରେ ସେହି ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଥିଲା । ୫ ପ୍ଲାଟୁନ୍ ପୁଲିସ ମୂତୟନ ହେବା ସହ ବରିଷ୍ଠ ଅଧିକାରୀମାନେ ସେଠାରେ ଉପସ୍ଥିତ ରହିଛନ୍ତି । ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ରାଇରଙ୍ଗପୁରକୁ ଆସିଛନ୍ତି ଦ୍ରୌପଦୀ ମୁର୍ମୁ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା