ଏଥର ସ୍ୱାଭାବିକ ଭାବେ ଚାଲିବ ବିଧାନସଭା । ବିଧାନସଭାରୁ କୋଭିଡ କଟକଣାକୁ ହଟାଇ ଦିଆଯାଇଛି । ପୂର୍ବପରି ଚାଲିବ ବିଧାନସଭା । ଆସନ୍ତା ୨୪ରୁ ବିଧାନସଭାର ଅଧିବେଶନ ଆରମ୍ଭ ହେବ । ବିଧାୟକମାନେ ନିଜ ନିଜ ଆସନରେ ବସିବେ । ପ୍ରେସ ଗ୍ୟାଲେରୀରେ ଗଣମାଧ୍ୟମକୁ ଅନୁମତି ମିଳିବ । ଲିଖିତ ଭାବେ ଜଣାଇଲେ ସେମାନେ ଭିଡିଓ କନଫରନେସ୍ ମାଧ୍ୟମରେ ବିଧାନସଭା ଅଧିବେଶନରେ ଯୋଗ ଦେଇପାରିବେ । ସକାଳ ସାଢ଼େ ୧୦ରୁ ସାଢ଼େ ଗୋଟାଏ ଏବଂ ଅପରାହ୍ନରେ ୪ଟାରୁ ୭ ପର୍ଯ୍ୟନ୍ତ ବିଧାନସଭା ଚାଲିବ ବୋଲି କହିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ