ପ୍ରେସ କନ୍ଫରେନ୍ସରେ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ମନିଷ ସିସୋଦିଆ । ଯେଉଁ ମଦ ନୀତି ଆଧାରରେ ବିବାଦ ଆରମ୍ଭ ହୋଇଛି ଏହା କେନ୍ଦ୍ର ସରକାରଙ୍କ ସର୍ବୋତ୍ତମ ବିକଳ୍ପ । ଦିଲ୍ଲୀର କେଜ୍ରିୱାଲ ସରକାରଙ୍କୁ ଡରି ଯାଇଛନ୍ତି ମୋଦି ସରକାର । ସ୍ବାସ୍ଥ୍ୟ ଏବଂ ଶିକ୍ଷାରେ କେଜ୍ରିୱାଲଙ୍କ ସଫଳତାକୁ ଦେଖି କେନ୍ଦ୍ର ଏହି ଦୁଇଟି ବିଭାଗର ମନ୍ତ୍ରୀଙ୍କୁ ଟାର୍ଗେଟ କରୁଛି । ଦୁଇ ଚାରି ଦିନ ମଧ୍ୟରେ ମୋତେ ବି ଗିରଫ କରାଯିବ ବୋଲି ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି ସିସୋଦିଆ । ସେପଟେ ବଢୁଛି ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଅଡୁଆ । ତାଙ୍କ ବାସଭବନରେ ସିବିଆଇ ଚଢାଉ ପରେ ଦିଲ୍ଲୀ କଂଗ୍ରେସ ମୁଖପାତ୍ର ଶାମା ମହମ୍ମଦ ସିସୋଦିଆଙ୍କ ଇସ୍ତଫା ଦାବି କରିଛନ୍ତି । ମଦ ଲାଇସେନ୍ସ ପ୍ରଦାନରେ ଘୋଟାଲା ଅଭିଯୋଗ କ୍ରମେ ଗତକାଲି ସିସୋଦିଆଙ୍କ ବାସଭବନରେ ସିବିଆଇ ରେଡ କରିଥିଲା ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ