The Topmost

“The eyes believe themselves, the ears believe other people.”

ପ୍ରିବୁକିଂରେ ସମସ୍ତ ରେକର୍ଡ ଭାଙ୍ଗୁଛି ଜୱାନ

ଶାହରୁଖଙ୍କ ନୂଆ ଫିଲ୍ମ ଜୱାନକୁ ନେଇ ବଢୁଛି ଉତ୍ସାହ । ରେକର୍ଡ କରିଲା ବହୁପ୍ରତିକ୍ଷିତ ଚଳଚିତ୍ର ଜୱାନ ଆଡଭାନ୍ସ ବୁକିଂ ରୋଜଗାର । ମାତ୍ର ୧୫ ମିନିଟ ମଧ୍ୟରେ ହିଁ ବିକ୍ରି ହୋଇଗଲା ସମସ୍ତ ଟିକେଟ୍ । ରିଲିଜ୍ ପୂର୍ବରୁ ହିଁ ଭାରତରେ ୩୨ କୋଟି ଟଙ୍କାର ଟିକେଟ୍ ବିକ୍ରି ହୋଇଥିବା ଏକ ରିପୋର୍ଟରେ କୁହାଯାଇଛି । ସେହିପରି ଏହି ଚଳଚିତ୍ର ଆଡଭାନ୍ସ ବୁକିଂରୁ କେବଳ ଆମେରିକାରୁ ହିଁ ୨ କୋଟି ଟଙ୍କା ରୋଜଗାର କରିସାରିଛି । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଲୋକପ୍ରିୟ ନିର୍ଦ୍ଦେଶକ ଅଟଲି । ଫିଲ୍ମରେ ବିଜୟ ସେତୁପତୀଙ୍କୁ ଖଳନାୟକ ଭାବେ ଦେଖିବାକୁ ମିଳିବ । ଏହା ସହ ଜୱାନର ମଙ୍ଗଳବାର ଏକ ନୂଆ ଗୀତ ରିଲିଜ୍ ହୋଇଛି । ଯାହାର ଟାଇଟଲ ରହିଛି ରମୈୟା ବସ୍ତାବୈୟା । ଗୀତରେ ଶାହରୁଖଙ୍କୁ ଷ୍ଟାଇଲିସ୍ ଅବତାରରେ ଦେଖିବାକୁ ମିଳିଛି । ସେହିପରି ଶାହରୁଖଙ୍କ ସହ ନୟନତାରାଙ୍କ ଜବରଦସ୍ତ ନାଚ ମଧ୍ୟ ଗୀତରେ ଦେଖିବାକୁ ମିଳିଛି । ଆଗାମୀ ସେପ୍ଟେମ୍ବର ୭ ତାରିଖରେ ରିଲିଜ୍ ହେବ ଜବାନ୍ । ମୁକ୍ତିଲାଭ କରିବା ପୂର୍ବରୁ ଶାହରୁଖଙ୍କ ଜବାନକୁ ନେଇ ଚର୍ଚ୍ଚା ଲାଗିରହିଛି ।