ଜାପାନ ପ୍ରାଧନମନ୍ତ୍ରୀ ଫୁମିଓ କିସିଦାଙ୍କ ସଭାରେ ଫୁଟିଲା ବୋମା । ଫୁମିଓଙ୍କ ସମ୍ବୋଧନ ଚାଲିଥିବା ବେଳେ ସ୍ମୋକ୍ ବୋମାରେ ଆକ୍ରମଣ । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକର୍ମୀ ତାଙ୍କୁ ସୁରକ୍ଷିତ ସେଠାରୁ ଉଦ୍ଧାର କରିନେଇଛନ୍ତି । ଏହି ଘଟଣାରେ ଜଣଙ୍କୁ ଗିରଫ କରିଛି ପୋଲିସ । ସୂଚନା ଅନୁସାରେ ବାକାୟାମା ସହରରେ ପ୍ରଧାନମନ୍ତ୍ରୀ ଫୁମିଓ ଅଭିଭାଷଣ ଦେଉଥିଲେ । ଏହି ସମୟରେ ସ୍ମୋକ୍ ବମ୍ ଆକ୍ରମଣ ହୋଇଥିଲା । ଆଖି ପିଛୁଳାକେ ସବୁଆଡ଼େ ଧୂଆଁମୟ ହୋଇଯାଇଥିଲା । ସଚ୍ଚାଧାରୀ ଲିବରାଲ୍ ଡେମୋକ୍ରେଟିକ ପାର୍ଟିର ଜଣେ ପ୍ରାର୍ଥୀଙ୍କ ସମର୍ଥନରେ ଭାଷଣ ଦେବାର ଥିଲା । ହେଲେ ବୋମା ଆକ୍ରମଣ ଯୋଗୁ ସୌଭାଗ୍ୟବସତଃ ବଞ୍ଚିଯାଇଥିଲେ ପ୍ରଧାନମନ୍ତ୍ରୀ । ଜାପାନରେ ପ୍ରଧାନମନ୍ତ୍ରୀଙ୍କ କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ବି କେମିତି ଓ କିଏ ଏମିତି ବୋମା ଆକ୍ରମଣ କଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ