ମୁନ୍ ମିସନ ପରେ ସନ୍ ମିସନ । ଖୁବ୍ ଶୀଘ୍ର ସୂର୍ଯ୍ୟକୁ ମିସନ ଆରମ୍ଭ କରିବ ଇସ୍ରୋ । ଏନେଇ ପ୍ରସ୍ତୁତ ହୋଇଛି ଆଦିତ୍ୟ-ଏଲ୧ । ଇସ୍ରୋ ରିପୋର୍ଟରେ କୁହାଯାଇଛି- ବେଙ୍ଗାଳୁରୁସ୍ଥିତ ୟୁଆର ରାଓ ସାଟେଲାଇଟ ସେଣ୍ଟରରେ ପ୍ରସ୍ତୁତ ହୋଇଥିବା ସାଟେଲାଇଟ ବର୍ତ୍ତମାନ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାରେ ପହଞ୍ଚିଛି । ସମ୍ଭବତଃ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଆଦିତ୍ୟ-ଏଲ୧ ଲଞ୍ଚ ହୋଇପାରେ । ସୂର୍ଯ୍ୟ-ପୃଥିବୀର ଲାଗରେଞ୍ଜ ପଏଣ୍ଟ-୧ ଚାରିପାଖରେ ଥିବା ହାଲୋ ଅରବିଟରେ ଏହାକୁ ଅବସ୍ଥାନ କରାଯିବ । ପ୍ରାୟ ୧୫ ଲକ୍ଷ କିଲୋମିଟର ଦୂରରେ ଏହି ଯାନକୁ ଅବସ୍ଥାପିତ କରାଯିବ । ଏଲ୧ ପଏଣ୍ଟରେ ଅବସ୍ଥାନ କରାଗଲେ ଧାରାବାହିକ ଭାବେ ସୂର୍ଯ୍ୟ ସମ୍ପର୍କରେ ସମୀକ୍ଷା କରାଯାଇପାରିବ । ସାଟେଲାଇଟରେ ସାତଟି ପେ-ଲୋଡ ରହିବ । ସୌରଦେଶର ଫଟୋସ୍ଫିହର, କ୍ରୋମୋସ୍ଫିହର ଓ ଆଉଟର ଲେୟାରକୁ ଇଲେକ୍ଟ୍ରୋମାଗ୍ନେଟିକ ଓ ପାର୍ଟିକଲ ତଥା ମାଗ୍ନେଟିକ ଫିଲ୍ଡ ସମ୍ପର୍କରେ ତଥ୍ୟ ଯୋଗାଡ଼ କରାଯାଇପାରିବ । ସାଟେଲାଇଟର ଓଜନ ୧୫ ଶହ କେଜି ହୋଇଥିବାବେଳେ ଏହାକୁ ଶ୍ରୀହରିକୋଟାରୁ ପୋଲାର ସାଟେଲାଇଟ ଲଞ୍ଚ ଭେହିକଲ ବା ପିଏସଏଲଭି ଜରିଆରେ ଉତକ୍ଷେପଣ କରାଯିବ ।
“The eyes believe themselves, the ears believe other people.”
More Stories
ବିଶ୍ବ ସ୍ତରରେ ଭାରତକୁ ପ୍ରତିନିଧିତ୍ବ କଲେ ମ୍ୟାଡାମ୍ ପ୍ରେସିଡେଣ୍ଟ
କେବେ ହେବ ଅସ୍ତ୍ର ବିରତି ଚୁକ୍ତି, ଟ୍ରମ୍ପଙ୍କ ଭବିଷ୍ୟବାଣୀ
ଡାଇବେଟିସ୍ ପାଇଁ ଅବ୍ୟର୍ଥ ଔଷଧ ହେଉଛି ପଣଷ