The Topmost

“The eyes believe themselves, the ears believe other people.”

ପ୍ରସ୍ତୁତ ହେଉଛି ବୃହତ୍ ନନ୍ଦନକାନନ ନକ୍ସା

ନନ୍ଦନକାନନ ପ୍ରାଣୀ ଉଦ୍ୟାନର କଳେବର ବଢ଼ିବ । ୧୦୮୦ ଏକର ପରିମିତ ଜମିରେ ଛିଡ଼ା ହୋଇଥିବା ଏହି ପ୍ରାଣୀ ଉଦ୍ୟାନ ସହ ଚୂଡ଼ଙ୍ଗଗଡ଼ ଓ କୃଷ୍ଣନଗର ସଂରକ୍ଷିତ ଜଙ୍ଗଲର ୧୫୦୭ ଏକର ଜମି ମିଶିବା ପରେ ଏହାର କ୍ଷେତ୍ରଫଳ ୨୫୮୭ ହେବ । କ୍ଷେତ୍ରଫଳ ବଢ଼ିବା ସହ ଏହାକୁ ବିଶ୍ବସ୍ତରୀୟ କରିବା ଲାଗି ରାଜ୍ୟ ସରକାର ରୂପରେଖ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରିଛନ୍ତି । ନୂଆ କରି ଯୋଡ଼ି ହୋଇଥିବା ୧୫୦୭ ଏକର ଜମିର ପାଚେରି ବୁଲାଯିବା ସହ ସେଠାକୁ ଜୀବଜନ୍ତୁଙ୍କୁ ସ୍ଥାନାନ୍ତର କରିବା ଦିଗରେ ପ୍ରାରମ୍ଭିକ ଆଲୋଚନା ଚାଲିଛି । ନନ୍ଦନକାନନ ପରିସରରେ ଥିବା ସିଂହ ସଫାରିକୁ ପ୍ରଥମେ ଚୂଡ଼ଙ୍ଗଗଡ଼ ଅଞ୍ଚଳକୁ ସ୍ଥାନାନ୍ତର କରାଯିବ । ବାଘ ସଫାରିକୁ ବି ସେଠାକୁ ନିଆଯିବ । ଏଥିସହ ବାଘ ବଂଶ ବୃଦ୍ଧି ଲାଗି ସେଠାରେ ପ୍ରଜନନ କେନ୍ଦ୍ର ହେବ ।