ବିବାହ ବନ୍ଧନରେ ବାନ୍ଧିହେବେ ସମ୍ବଲପୁର ଓ ବଲାଙ୍ଗିର ଜିଲ୍ଲାପାଳ । ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଓ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଲ ରଣା । ଏହା ଉଭୟଙ୍କ ଦ୍ୱିତୀୟ ବିବାହ । ରବିବାର ଉଭୟ ଆଇଏଏସଙ୍କ ନିର୍ବନ୍ଧ ସରିଛି । ଅନନ୍ୟାଙ୍କ ବାସଭବନରେ ପାରମ୍ପରିକ ରୀତିନୀତିରେ ହୋଇଛି ଏନଗେଜମେଣ୍ଟ । ଅନନ୍ୟା ଓ ଚଞ୍ଚଲଙ୍କ ପରିବାର ଏଥିରେ ସାମିଲ ହୋଇଥିଲେ । ଏଥିସହ କିଛି ନିକଟତର ବନ୍ଧୁ ଓ ଅଫିସର ମଧ୍ୟ ଉପସ୍ଥିତ ଥିଲେ । ନିର୍ବନ୍ଧ ସମୟରେ ଉଭୟ ଜିଲ୍ଲାପାଳଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଆସନ୍ତ ୩ ମାସ ମଧ୍ୟରେ ଦୁହେଁ ବିବାହ କରିବେ ।
More Stories
ସବୁ ସ୍କୁଲରେ ଖୋଲିବ ଶିଶୁ ବାଟିକା
ଭିତିରିଆ ଚାଲିଥିଲା ପାର୍ଟ ରେଜିଷ୍ଟ୍ରେସନ, ସମ୍ପୃକ୍ତ ଥିଲେ ମହିଳା କର୍ମଚାରୀ
4 ଡିଗ୍ରି ଶୀତରେ ଥରୁଛି ସାରା କନ୍ଧମାଳ