ଆସିକା ସାଂସଦଙ୍କୁ ଶ୍ରେଷ୍ଠ ଜନପ୍ରତିନିଧି ଜାତୀୟ ପୁରସ୍କାର । ୧୯ ତମ ଭାରତ ଅସ୍ମିତା ଜାତୀୟ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ସାଂସଦ ପ୍ରମିଳା ବିଶୋୟୀ । ଏମଆଇଟି ସ୍କୁଲ ସହଯୋଗରେ ମହାରାଷ୍ଟ୍ର ପୁଣେରେ ୟୁନେସ୍କୋ ପକ୍ଷରୁ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସାଂସଦଙ୍କୁ ସମ୍ମାନିତ କରାଯାଇଥିଲା । ପୁରସ୍କାର ଗ୍ରହଣ ପରେ ଆଜି ସେ ଦିଲ୍ଲୀରୁ ଫେରି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି । ପୁରସ୍କାର ବାବଦକୁ ପାଇଥିବା ୨୫ ହଜାର ଟଙ୍କା ସେ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ପ୍ରଦାନ କରିଛନ୍ତି । ନବୀନ ନିବାସରେ ସାକ୍ଷାତକାର ବେଳେ ସାଂସଦ ପ୍ରମିଳା ବିଶୋୟୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
More Stories
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା
ନିର୍ଧୁମ ଛେଚିବ ବର୍ଷା, ଲଘୁଚାପ ପାଇଁ ରେଡ୍ ଆଲର୍ଟ ଜାରି