ଅନୁଗୋଳ: ଫେବୃଆରୀ ୨୫: ଅନୁଗୋଳ ଛାତ୍ରଙ୍କ କମାଲ। ନିଜ ବୁଦ୍ଧିରେ ବନେଇଛନ୍ତି ଇ-ସାଇକେଲ । ଲକଡାଉନ୍ ସମୟରେ ନିଜ ବୁଦ୍ଧି ଓ ଟେକନିକାଲ ଜ୍ଞାନ ଉପଯୋଗରେ ବନାଇଛନ୍ତି ଇ-ସାଇକେଲ । ଯୁବକ ଜଣକ ହେଲେ ପ୍ରଭୁଦତ୍ତ ପଣ୍ଡା। ଖୁବ୍ ଅଳ୍ପ ଟଙ୍କା ଖର୍ଚ୍ଚ କରି ସେ ଏହି ଇ-ସାଇକେଲ୍କୁ ତିଆରି କରିଛନ୍ତି । ଥରଟିଏ ଚାର୍ଜ ହେଲେ ୩୫ କମି ଗଡୁଛି ସାଇକେଲ । ଚାର୍ଜ ସରିଗଲେ ମଧ୍ୟ ପେଡାଲ୍ ମାରି ସାଇକେଲ ଚଳାଇଲେ ତାହା ପୁଣି ରିଚାର୍ଜ ହେଇଯିବ । ତେବେ ତାଙ୍କର ଏହି ଉଦ୍ଭାବନ ପାଇଁ ସେ ବେଶ୍ ଚର୍ଚ୍ଚିତ ହୋଇ ପାରିଛନ୍ତି। କେନ୍ଦୁଝର ସରକାରୀ ଇଞ୍ଜିନିୟରିଂ କଲେଜରେ ଇଲେକ୍ଟ୍ରିକାଲ ଟ୍ରେଡ଼ରେ ବି.ଟେକ୍ ପଢୁଥିବା ୧୮ ବର୍ଷୀୟ ପ୍ରଭୁଦତ୍ତଙ୍କର ପିଲାଟି ଦିନରୁ ନୂଆ ଉଦ୍ଭାବନର ସଉକ ଥିଲା। ଲକଡାଉନ ସମୟରେ ଘରେ ରହି ବୋର ହେବା ପରିବର୍ତ୍ତ ସେ ନିଜ ଛୋଟ ବେଳର ଇଚ୍ଛା ପୂରଣ କରିଛନ୍ତି । ତେବେ ତାଙ୍କର ଏହି ଇନଭେନସନ ତାଙ୍କୁ ପ୍ରଶଂସା ଆଣି ଦେଇଛି ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍