ଉପର ମୁଣ୍ଡରେ ଲଘୁଚାପଜନିତ ବର୍ଷା ଯୋଗୁଁ ବାଘଲଟି ଜଳ ଭଣ୍ଡାରର ଜଳ ଧାରଣ କ୍ଷମତା ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ନେଇ ସର୍ତକ ସୂଚନା ଜାରି କଲା ବାଘଲଟି କର୍ତ୍ତୃପକ୍ଷ । ଉପ ବିଭାଜନ ନୂଆପଡା ପକ୍ଷରୁ ବାହୁଦା ନଦୀ କୂଳିଆ ଅଞ୍ଚଳ ବାସୀଙ୍କୁ ଗାଁ ଗାଁ ବୁଲି ଡାକ ବାଜି ଦ୍ୱାରା ସତର୍କ କରାଯାଇଛି । ନଦୀ ଗର୍ଭକୁ ନ ଯିବା, ଗୃହ ପାଳିତ ପଶୁକୁ ନ ଛାଡିବା, ସୁରକ୍ଷିତ ସ୍ଥାନରେ ରହିବା ନେଇ ସର୍ତକ ସୂଚନା ଜାରି କରାଯାଇଛି । ଡ୍ୟାମର ଜଳ ଧାରଣ କ୍ଷମତା ୧୦୬ ମିଟର ରହିଥିବା ବେଳେ ବର୍ତ୍ତମାନ ୮୫ ପ୍ରତିଶତ ଅର୍ଥାତ ୧୦୪.୪ ମିଟର ରହିଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଲଘୁଚାପ ଜନିତ ଲଗାଣ ବର୍ଷା ଆଗକୁ ଆହୁରି ଦୁଇ ତିନି ଦିନ ହେବା ଆଶଙ୍କା କରାଯାଇଛି । ଫଳରେ ଡ୍ୟାମର ତିନୋଟି ଗେଟ ୮ ଇଞ୍ଚ ଖୋଲାଯାଇଛି । ନଦୀ ଗର୍ଭରେ ଜଳ ନିଷ୍କାସନ ହୋଇ ଜଳ ଧାରଣ କ୍ଷମତା କମିବା ପରେ ଗେଟ୍ ଗୁଡିକ ସମ୍ପୂର୍ଣ୍ଣ ବନ୍ଦ କରାଯିବ ।
“The eyes believe themselves, the ears believe other people.”
More Stories
କେବେ ଥମିବ ଅପରାଧ, ୩ ବର୍ଷରେ ୮୧୯ ଦୁଷ୍କର୍ମ
ଓଡିଶା ସୀମାକୁ ଘେରିଛନ୍ତି 2000 ନକ୍ସଲ୍
ରାସନ୍ କାର୍ଡ ପାଇଁ ପୁଣି ଥରେ ଭରିବାକୁ ପଡିବ ଆପ୍ଲିକେସନ୍