ଦିଲ୍ଲୀ ଏନସିଆରରେ ପାଣିପାଗରେ ପରିବର୍ତ୍ତନ । ଭୀଷଣ ଗରମରେ ସିଝୁଥିବା ଲୋକଙ୍କୁ ମିଳିଛି ସାମାନ୍ୟ ଆଶ୍ୱସ୍ତି । ଆଜିଠୁ ପୁଣି ଦିଲ୍ଲୀରେ ଆରମ୍ଭ ହୋଇଯାଇଛି ବର୍ଷା । ସକାଳୁ ସକାଳୁ ଆକାଶରେ ଛାଇଯାଇଛି କଳା ବାଦଲ । ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୨୨ ଡିଗ୍ରୀ ଏବଂ ସର୍ବାଧିକ ତାପମାତ୍ରା ୩୭ ଡିଗ୍ରୀ ରହିବ ବୋଲି ଅନୁମାନ କରାଯାଇଛି । ଆକାଶରେ ବାଦଲ ଛାଇ ହୋଇ ରହିଥିବାରୁ ବିମାନ ଉଡାଣରେ ପ୍ରଭାବ ପଡିପାରେ । ଦିଲ୍ଲୀକୁ ଆସିବାକୁ ଥିବା ଚାରୋଟି ବିମାନର ଗତିପଥ ବଦଳିପାରେ । ଦିଲ୍ଲୀ ଆଇଜିଆଇ ବିମାନବନ୍ଦର ନିକଟରେ ଘଣ୍ଟାପ୍ରତି ୬୫ରୁ ୭୦କିମି ବେଗରେ ପବନ ବହୁଥିବା ବେଳେ ବର୍ଷା ଜାରି ରହିଛି । ଖରାପ ପାଗ କାରଣରୁ ଦିଲ୍ଲୀ ବିମାନବନ୍ଦରରେ ବିମାନ ସେବା ପ୍ରବାବିତ ହୋଇପାରେ ବୋଲି କୁହାଯାଇଛି ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ