ଲଘୁଚାପ ପ୍ରଭାବରେ ଆସନ୍ତାକାଲି ଯାଏଁ ରାଜ୍ୟରେ ବର୍ଷା ଜାରି ରହିବ । ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଏହାର ପାଶ୍ବବର୍ତ୍ତି ଅଞ୍ଚଳରେ ଲଘୁଚାପ କେନ୍ଦ୍ରିଭୂତ ରହିଛି । ଆସନ୍ତା ୧୨ ଘଣ୍ଟା ଭିତରେ ଉତ୍ତର ଛତିଶଗଡ଼ ଓ ଉତ୍ତର ଓଡ଼ିଶା ଦେଇ ଗତି କରିବା ସମ୍ଭାବନା ରହିଛି । ଏହା ପ୍ରଭାବରେ ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଲାଗିରହିବ । ଏନେଇ ୭ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ସତର୍କ ସୂଚନା ଜାରି କରାଯାଇଛି । ବଲାଙ୍ଗିର, ବରଗଡ଼, ସୋନପୁର, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ଦେଓଗଡ଼ ପାଇଁ ସତର୍କ ସୂଚନା ଜାରି ହୋଇଛି । ସେପଟେ ଆସନ୍ତା ୨୮ ତାରିଖ ମଧ୍ୟରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ।
“The eyes believe themselves, the ears believe other people.”
More Stories
କେବେ ଥମିବ ଅପରାଧ, ୩ ବର୍ଷରେ ୮୧୯ ଦୁଷ୍କର୍ମ
ଓଡିଶା ସୀମାକୁ ଘେରିଛନ୍ତି 2000 ନକ୍ସଲ୍
ରାସନ୍ କାର୍ଡ ପାଇଁ ପୁଣି ଥରେ ଭରିବାକୁ ପଡିବ ଆପ୍ଲିକେସନ୍