The Topmost

“The eyes believe themselves, the ears believe other people.”

ପ୍ରଧାନ ବିଚାରପତିଙ୍କୁ କେନ୍ଦ୍ର ଆଇନ ମନ୍ତ୍ରୀଙ୍କ ଚିଠି

ଜଜ୍ ନିଯୁକ୍ତି ପ୍ୟାନେଲରେ କେନ୍ଦ୍ରର ପ୍ରତିନିଧି ରଖିବାକୁ ଚିଠି । ହାଇକୋର୍ଟ, ସୁପ୍ରିମକୋର୍ଟରେ ଜଜ୍ ନିଯୁକ୍ତି ପ୍ରକ୍ରିୟାକୁ ନେଇ ଦୀର୍ଘଦିନ ଧରି କେନ୍ଦ୍ର ସରକାର ଓ ସୁପ୍ରିମକୋର୍ଟଙ୍କ ମଧ୍ୟରେ ତିକ୍ତତା ଲାଗି ରହିଛି । କଲେଜିୟମ ସିଷ୍ଟମକୁ ଅନେକ ଥର ଆଲୋଚନାର ପ୍ରସଙ୍ଗ କରିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜଜୁ । ଜଜ୍ ନିଯୁକ୍ତି ପ୍ରକ୍ରିୟାରେ ସ୍ବଚ୍ଛତା ପାଇଁ କଲେଜିୟମ ପ୍ୟାନେଲରେ କେନ୍ଦ୍ରର ପ୍ରତିନିଧି ରଖିବାକୁ ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ । ସୁପ୍ରିମକୋର୍ଟ ଜଜ୍ ନିଯୁକ୍ତି ପ୍ୟାନେଲରେ କେନ୍ଦ୍ର ସରକାରଙ୍କ ପ୍ରତିନିଧି ଓ ହାଇକୋର୍ଟ ଜଜ୍ ନିଯୁକ୍ତି ପ୍ୟାନେଲରେ ରାଜ୍ୟ ସରକାରଙ୍କ ପ୍ରତିନିଧିଙ୍କୁ ସାମିଲ କରିବାକୁ ଚିଠି ଲେଖାଯାଇଛି ।