ସଂସଦରେ ଥମୁନି ଆଦାନୀ ତାତି । ଉଭୟ ଗୃହରେ ବିରୋଧୀମାନଙ୍କ ହଟ୍ଟଗୋଳ । ରାଜ୍ୟସଭାରେ ବିରୋଧୀଦଳର ନେତା ମଲ୍ଲିକାର୍ଜୁନ ଖଡଗେ ପ୍ରଧାନମନ୍ତ୍ରୀଙ୍କୁ ଅନେକ ପ୍ରଶ୍ନ ପଚାରିବା ସହ ଦୋଷାରୋପ କରିଛନ୍ତି । ସେପଟେ ମଲ୍ଲିକାର୍ଜୁନଙ୍କ ଅଭିଯୋଗ ଉପରେ ରୋକ ଲଗାଇଥିଲେ ରାଜ୍ୟସଭା ବାଚସ୍ପତି ଜଗଦୀପ ଧନଖଡ । ସେ କହିଥିଲେ କି ସଂସଦରେ କୌଣସି ଅଭିଯୋଗ ଆଣିବା ପୂର୍ବରୁ ନିଜ ପାଖରେ ସମସ୍ତ ପ୍ରମାଣ ରଖିବା ଆବଶ୍ୟକ । ଧନଖଡଙ୍କ ଏଭଳି ମନ୍ତବ୍ୟ ପରେ ସମସ୍ତ ବିରୋଧୀଦଳ ଏକଜୁଟ ହୋଇ ହୋହାଲ୍ଲା ଆରମ୍ଭ କରିଦେଇଥିଲେ । କଂଗ୍ରେସ ଅଧ୍ୟକ୍ଷ ଖଡଗେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରି କହିଛନ୍ତି କି ଦେଶରେ ଘୃଣା ସୃଷ୍ଟି କରୁଥିବା ଲୋକଙ୍କ ପ୍ରତି ନରମ ମନୋଭାବ ପୋଷଣ କରୁଛନ୍ତି ପ୍ରଧାନମନ୍ତ୍ରୀ । ଏହି କ୍ରମରେ ସେ କହିଥିଲେ କି, ପ୍ରଧାନମନ୍ତ୍ରୀ ମୌନ ବାବା ହୋଇ ରହିପାରିବେ ନାହିଁ । ମୌନ ବାବା ଶବ୍ଦ ଉପରେ ଅଭିଯୋଗ କରିଥିଲେ ବାଚସ୍ପତ୍ତି ଧନଖଡ । ସେ କହିଥିଲେ କି, ପ୍ରଧାନମନ୍ତ୍ରୀଙ୍କ ଉର୍ଦ୍ଦେଶ୍ୟରେ ଏଭଳି ଶବ୍ଦ ବ୍ୟବହାର କରାଯାଇପାରିବ ନାହିଁ । ଖଡଗେ କହିଥିଲେ କି ପ୍ରଧାନମନ୍ତ୍ରୀ ସଂସଦରେ ବୟାନ ରଖିଥିଲେ କି, ନା ଖାଇବି ନା ଖାଇବାକୁ ଦେବି । ହେଲେ ନିଜର ଜଣେ ବନ୍ଧୁଙ୍କର ସମ୍ପତ୍ତି ମାତ୍ର ଅଢେଇବର୍ଷରେ ୮ ଗୁଣା କିଭଳି ଭାବେ ବୃଦ୍ଧି ପାଇଲା ବୋଲି ସେ ପ୍ରଶ୍ନ କରିଛନ୍ତି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍