୨୦୨୪ ପାଇଁ ନିର୍ବାଚନ ପ୍ରସ୍ତୁତି । ସଂଗଠନ ଠାରୁ ମନ୍ତ୍ରିମଣ୍ଡଳରେ ହୋଇପାରେ ଅଦଳ ବଦଳ । ଏଥିପାଇଁ କେନ୍ଦ୍ରର ଶାସକ ଦଳ ବିଜେପି ଜୋରଦାର ପ୍ରସ୍ତୁତି ଚଳାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୩ ତାରିଖରେ ମନ୍ତ୍ରିପରିଷଦ ବୈଠକ ଡାକିଛନ୍ତି । ଏହାପରେ କେନ୍ଦ୍ର କ୍ୟାବିନେଟରେ ଅଦଳବଦଳ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଲୋକସଭା ନିର୍ବାଚନକୁ ଆଉ ବର୍ଷେରୁ କମ୍ ସମୟ ବାକି ରହିଛି । ଏହାପୂର୍ବରୁ ଅନେକ ରାଜ୍ୟରେ ନିର୍ବାଚନ ହେବାର ଅଛି । ବୁଧବାର ବିଳମ୍ବିତ ରାତିରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଦୀର୍ଘ ସମୟ ଧରି ସଂଗଠନ ପ୍ରସଙ୍ଗରେ ଆଲୋଚନା ହୋଇଥିବା ସୂଚନା ରହିଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ଦଳର ସାଧାରଣ ସମ୍ପାଦକ ବିଏଲ୍ ସନ୍ତୋଷଙ୍କ ସମେତ ବିଜେପିର ଶୀର୍ଷ ନେତାମାନେ ଏହି ବୈଠକରେ ଯୋଗ ଦେଇଥିଲେ ।
“The eyes believe themselves, the ears believe other people.”
More Stories
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ
୭୬ ତମ ଗଣତନ୍ତ୍ର ଦିବସ