ପ୍ରଗତି ପାଇଁ ଭାରତ ଜଣେ ଶିକ୍ଷିତ ପ୍ରଧାନମନ୍ତ୍ରୀ ଆବଶ୍ୟକ କରୁଛି । ପ୍ରଧାନମନ୍ତ୍ରୀଙ୍କୁ ବିଦ୍ରୁପ କରି କିଛି ଏଭଳି ଚିଠି ଲେଖିଛନ୍ତି ମନୀଷ ସିସୋଦିଆ । ଆଜି ଜେଲ୍ରୁ ଲେଖିଥିବା ଚିଠିରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ବଳ୍ପଶିକ୍ଷା ଦେଶ ପାଇଁ ବିପଜ୍ଜନକ । ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ସିସୋଦିଆଙ୍କ ଚିଠିକୁ ଟୁଇଟ୍ କରିଛନ୍ତି । ସେ ଚିଠିରେ ଲେଖାଯାଇଛି: ଆଜିର ଯୁବା ଆକାଂକ୍ଷୀ, ସେମାନେ କୃତିତ୍ବ ହାସଲ କରିବାକୁ ଚାହାଁନ୍ତି, ସେମାନେ ସୁଯୋଗ ଅପେକ୍ଷାରେ ଅଛନ୍ତି । ସେମାନେ ବିଶ୍ବବିଜୟୀ ହେବାକୁ ଚହାଁନ୍ତି । ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାରେ ସେମାନେ ବିସ୍ମୟ ସୃଷ୍ଟି କରିବାକୁ ଚାହାଁନ୍ତି । ଚିଠିରେ ମନୀଷ ଦାବି କରିଛନ୍ତି ଯେ, ଗତ ଅଳ୍ପ କେତେ ବର୍ଷ ମଧ୍ୟରେ ଦେଶରେ ୬୦,୦୦୦ ସ୍କୁଲ୍ ବନ୍ଦ କରିଦିଆଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଦୈନିକ ଉନ୍ନତି କରିଚାଲିଛି । ବିଶ୍ବ ‘ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ୍’ ବିଷୟରେ ଚର୍ଚ୍ଚା କରୁଛି । ଏଭଳି ସମୟରେ ଆବର୍ଜନା ଡ୍ରେନ୍ରେ ପାଇପ୍ ଭର୍ତ୍ତି କରି ସେଥିରୁ ନିର୍ଗତ ଆବର୍ଜନା ଗ୍ୟାସ୍ ଯୋଗେ ଚା ଓ ଖାଦ୍ୟ ରାନ୍ଧି ପାରିବା ବୋଲି ପ୍ରଧାନମନ୍ତ୍ରୀ କହୁଥିବା ଶୁଣି ମୁଁ ଆଚମ୍ବିତ । ଡ୍ରେନ୍ର ଆବର୍ଜନା ଗ୍ୟାସ୍ରୁ କ’ଣ ଖାଦ୍ୟ ରାନ୍ଧା ଯାଇ ପାରିବ ? ନା। ବଉଦ ଉହାଡ଼ରେ ଥିବା ଉଡ଼ାଜାହାଜକୁ ରାଡାର୍ ଠାବ କରିପାରିବ ନାହିଁ କହି ପ୍ରଧାନମନ୍ତ୍ରୀ ସମଗ୍ର ବିଶ୍ବରେ ଉପହାସର ପାତ୍ର ହୋଇଛନ୍ତି । ସ୍କୁଲ୍ ଓ କଲେଜ ଶିକ୍ଷାର୍ଥୀମାନେ ତାଙ୍କୁ ବିଦ୍ରୂପ କରୁଛନ୍ତି।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ