The Topmost

“The eyes believe themselves, the ears believe other people.”

ପ୍ରଦୂଷଣ ଭିତରେ ଦିଲ୍ଲୀବାସୀଙ୍କୁ ଆଶ୍ୱସ୍ତି

ପ୍ରଦୂଷଣକୁ ନେଇ ଚିନ୍ତାରେ ଥିବା ରାଜଧାନୀବାସୀଙ୍କୁ ଆଶ୍ୱସ୍ତି । ଗୁରୁବାର ବିଳମ୍ବିତ ରାତିରେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ବର୍ଷା ଦ୍ୱାରା ପ୍ରଦୂଷଣ ମାତ୍ରା ହ୍ରାସ ପାଇବ ବୋଲି କୁହାଯାଉଛି । ପାଣିପାଗ ବିଭାଗ, କଂଝାୱାଲା, ମୁଣ୍ଡାକା, ଜାଫରପୁର, ନଜଫଗଡ଼, ଏନସିଆରର କିଛି ଅଞ୍ଚଳରେ ବର୍ଷା ନେଇ ଆକଳନ କରାଯାଇଥିଲା । ପାଣିପାଗ ବିଭାଗର ଅନୁମାନ ଅନୁସାରେ, ଆଜି ଦିଲ୍ଲୀର ପାଗ ସାଧାରଣତଃ ମେଘୁଆ ରହିବ । ଏହାସହ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଯାହା ଫଳରେ ଲୋକଙ୍କୁ ପ୍ରଦୂଷଣରୁ ସାମାନ୍ୟ ଆଶ୍ୱସ୍ତି ମିଳିବ । ରାଜଧାନୀ ଦିଲ୍ଲୀରେ ଗତ ଗୁରୁବାର ଏକ୍ୟୁଆଇ ୪୩୭ ରହିଥିଲା, ଯାହା ଗୁରୁତ୍ୱର ଶ୍ରେଣୀର ବୋଲି କୁହାଯାଏ । ତେବେ ବର୍ଷା ପରେ କିଛି ସ୍ଥାନରେ ଏକ୍ୟୁଆଇ ସିଧା ୧୦୦ ଥିବା ରେକର୍ଡ ହୋଇଛି ।