The Topmost

“The eyes believe themselves, the ears believe other people.”

ପ୍ରଦୂଷଣକୁ ନେଇ କେଜ୍ରିୱାଲଙ୍କୁ ଟାର୍ଗେଟ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ବିଜେପିର କଡା ଟାର୍ଗେଟ । କେଜ୍ରିୱାଲଙ୍କ ପାଖରେ କେବଳ ପଲ୍ୟୁସନ ଅଛି, ସଲ୍ୟୁସନ ନାହିଁ । ଦିଲ୍ଲୀରେ ବଢୁଥିବା ପ୍ରଦୂଷଣକୁ ନେଇ ଏହିଭଳି କିଛି କହିଛନ୍ତି ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଏବଂ ସାଂସଦ ମନୋଜ ତିୱାରୀ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପାଖରେ କେବଳ ପଲ୍ୟୁସନ ରହିଛି, ଏହାର ସମାଧାନ ତାଙ୍କ ପାଖରେ ନାହିଁ । ପ୍ରଦୂଷଣକୁ ନେଇ କେଜ୍ରିୱାଲଙ୍କୁ ଟାର୍ଗେଟ କରି ସମ୍ବିତ ପାତ୍ର କହିଛନ୍ତି ଯେ ଦିଲ୍ଲୀ ସରକାର ଲୋକଙ୍କ ଜୀବନ ସହ ଖେଳୁଛନ୍ତି । କେଜ୍ରିୱାଲ ହେଉଛନ୍ତି ଦିଲ୍ଲୀର ପାର୍ଟ ଟାଇମ ମୁଖ୍ୟମନ୍ତ୍ରୀ ।