ଆଜିକାଲି ବିଭିନ୍ନ କ୍ଷେତ୍ରରେ ମହିଳାଙ୍କର ଅଦମ୍ୟ ଇଛା ଶକ୍ତିର ଉଦାହରଣ ଦେଖିବାକୁ ମିଳୁଛି । ମହିଳାଙ୍କ ପାଇଁ ରହିଥିବା ଅନେକ ଦିନର ପରମ୍ପରାକୁ ଭାଙ୍ଗି ଆଗକୁ ବଢିବାର ଅନେକ ଉଦାହରଣ ଦେଖିବାକୁ ମିଳିଥାଏ । ସେହିଭଳି ଜଣେ ମହିଳା ହେଲେ କେରଳର ଦିପାମୋଲ୍ । ୪୨ ବର୍ଷୀୟ ଦିପାମୋଲ ପାଲଟିଛନ୍ତି କେରଳର ପ୍ରଥମ ଆମ୍ବୁଲାନ୍ସ ଡ୍ରାଇଭର । ଦିପା ବର୍ତ୍ତମାନ ଅନେକ ମହିଳାଙ୍କର ପ୍ରେରଣା ପାଲଟିଛନ୍ତି । ଦିପାଙ୍କର ସାହସ ଦେଖି ଅନେକ ମହିଳା ଏହି କ୍ଷେତ୍ରରେ କାମ କରିବାକୁ ଆଗେଇ ଆସିବେ । ଦିପାଙ୍କର ଇଚ୍ଛାକୁ ସମ୍ମାନ ଦେଇ ସରକାରଙ୍କ ପକ୍ଷରୁ ଏ ନେଇ ତାଙ୍କୁ ସାହାଯ୍ୟ କରାଯାଇଥିଲା । ବର୍ତ୍ତମାନ ଦିପା ପାଲଟିଛନ୍ତି ରାଜ୍ୟର ପ୍ରଥମ ମହିଳା ଆମ୍ବୁଲାନ୍ସ ଡ୍ରାଇଭର । ତାଙ୍କର ପିଲାଦିନରୁ ଗାଡି ଚଳାଇବା ପାଇଁ ଅହେତୁକ ଦୁର୍ବଳତା ଥିଲା । କେବଳ ଗାଡି ଚଳାଇବା ନୁହେଁ ସମାଜ ସେବାରେ ମଧ୍ୟ ସେ ମନଦେଉଥିଲେ । ତେଣୁ ଦୁଇଟି ଯାକ ଇଛାକୁ ପୂରଣ କରିବା ପାଇଁ ସେ ଏହି ରାସ୍ତା ବାଛିଥିଲେ । ୨୦୦୮ରେ ସେ ନିଜର ଡ୍ରାଇଭିଂ ଲାଇସେନ୍ସ ପ୍ରାପ୍ତ କରିଥିଲେ । ସେହିଭଳି ୨୦୦୯ରେ ସେ ବଡଗାଡି ଚଳାଇବାର ଲାଇସେନ୍ସ ପାଇଥିଲେ । ଦିପାଙ୍କର ନିଜର ଏକ ଛୋଟ ଡ୍ରାଇଭିଂ ସ୍କୁଲ ମଧ୍ୟ ରହିଛି । ପରିବାର ପ୍ରତିପୋଷଣ ପାଇଁ ଦିପା ନିଜର ଡାଇଭିଂକୁ କ୍ୟାରିୟର ଭାବେ ଗ୍ରହଣ କରିଥିଲେ । ଦିପାଙ୍କ କାହାଣୀ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ବର୍ତ୍ତମାନ ଅନେକ ମହିଳାଙ୍କ ପାଇଁ ସେ ପ୍ରେରଣା ସାଜିଛନ୍ତି ।
“The eyes believe themselves, the ears believe other people.”
More Stories
ଅଧିକ ମାଂସ ଖାଉଥିଲେ ହୋଇପାରେ ଏହି ବଡ ସମସ୍ୟା
ଜାଣନ୍ତୁ ଘରେ ମିଳୁଥିବା ପୋଦିନା ପତ୍ରର ଔଷଧୀୟ ଗୁଣ
ଚର୍ମ ଶୁଖିଲା ବା କୁଣ୍ଡେଇ ହେଉଛି କି