The Topmost

“The eyes believe themselves, the ears believe other people.”

shantanu maheswari @the topmost

ପ୍ରଥମ ଫିଲ୍ମରୁ ପ୍ରଶଂସିତ

ଫିଲ୍ମ ‘ଗଙ୍ଗୁବାଈ କାଠିୟାୱାଡି’ରେ ବଳିଷ୍ଠ ଅଭିନୟ ପାଇଁ ଆଲିୟା ଭଟ୍ଟ ଚାରିଆଡ଼ୁ ପ୍ରଶଂସା ସାଉଁଟିବାରେ ଲାଗିଛନ୍ତି । ହେଲେ ସଞ୍ଜୟ ଲୀଲା ଭଂସାଲୀଙ୍କ ଏହି ବହୁଚର୍ଚ୍ଚିତ ଫିଲ୍ମରେ ଆଲିୟାଙ୍କ ସହ ରୋମାନ୍ସ କରି ଅଭିନେତା ଶାନ୍ତନୁ ମାହେଶ୍ୱରୀ ସମସ୍ତଙ୍କ ନଜରରେ ଆସିଯାଇଛନ୍ତି । ଡାନ୍ସ ଦୁନିଆରେ ଅନ୍ତର୍ରାଷ୍ଟ୍ରୀୟ ସ୍ତରରେ ନିଜକୁ ପରିଚିତ କରିବା ଏବଂ ଛୋଟ ପରଦାରେ ‘ଦିଲ୍‌ ଦୋସ୍ତୀ ଡାନ୍ସ’ର ସ୍ୱୟଂ ଶେଖାୱତ ରୂପରେ ହୃଦୟ ଜିତିଥିବା ଶାନ୍ତନୁ ‘ଗଙ୍ଗୁବାଈ କାଠିୟାୱାଡି’ ଜରିଆରେ ଏକାଥରକେ ବଡ଼ ପରଦାକୁ ଲମ୍ପ ଦେଇଛନ୍ତି । ପ୍ରଥମ ବଲିଉଡ୍‌ ପଦାର୍ପଣ ତାଙ୍କୁ ଅଜସ୍ର ସଫଳତା ଦେବା ସହ ଶାନ୍ତନୁଙ୍କ ଫ୍ୟାନ ଫଲୋଇଙ୍ଗ୍‌ ବଢାଇ ଦେଇଛି ।

shantanu maheswari @the topmost
shantanu maheswari @the topmost

ଶାନ୍ତନୁ ଏକାଧାରରେ ଜଣେ ଅଭିନେତା, କୋରିଓଗ୍ରାଫର, ଡାନ୍ସର ଏବଂ ହୋଷ୍ଟ । କୋଲକାତର ବଙ୍ଗାଳୀ ପରିବାରରେ ଜନ୍ମଗ୍ରହଣ କରିଥିବା ଶାନ୍ତନୁ ପ୍ରାରମ୍ଭିକ ଶିକ୍ଷା ଗ୍ରହଣ କରିବା ପରେ ମୁମ୍ବାଇ ଆସିଥିଲେ । ସେଠାରେ ଏଚ୍‌ ଆର୍‌ କଲେଜ ଅଫ୍‌ କମର୍ସରେ ଗ୍ରାଜୁଏସନ ଶେଷ କରିଥିଲେ । ଏହାପରେ ପିଲାଟିବେଳୁ ନୃତ୍ୟ ପ୍ରତି ଆଗ୍ରହ ରଖିଥିବା ଶାନ୍ତନୁ ଷ୍ଟ୍ରୀଟ୍‌ ସୋଲ୍‌ ଡାନ୍ସ କ୍ରିୟୁ ନାମକ କଲେଜ ଡାନ୍ସ ଗ୍ରୁପ୍‌ରେ ସାମିଲ ହୋଇଥିଲେ । ପପିଂ ଏବଂ େୱୱିଙ୍ଗ ଡାନ୍ସରେ ନିପୁଣ ଶାନ୍ତନୁଙ୍କୁ ଦେଶୀ ହାପର୍ସ ନାମରେ ସମସ୍ତେ ଜାଣିଥିଲେ । ଏହି ଗ୍ରୁପ୍‌ ଲସ୍‌ ଏଞ୍ଜଲେସ୍‌ରେ ଆୟୋଜିତ ୱାଲïର୍ ଅଫ୍‌ ଡାନ୍ସ ୨୦୧୫ ଚାମ୍ପଅନସିପ୍‌ ଜିତିଥିଲା । ତେବେ ୱାଲïର୍ ଅଫ୍‌ ଡାନ୍ସରେ ଭାରତର ପ୍ରତିନିଧିତ୍ୱ କରିଥିବା ଏହା ପ୍ରଥମ ଡାନ୍ସ ଗ୍ରୁପ ଥିଲା । କେବଳ ସେତିକି ନୁହେଁ ଆହୁରି ଅନ୍ତର୍ରାଷ୍ଟ୍ରୀୟ ପରିଚୟ ପାଇବା ପାଇଁ ଶାନ୍ତନୁ ୨୦୧୬ରେ ଦେଶୀ ହାପର୍ସ ସହ ମିଶି ଆମେରିକାନ ଗଟ୍‌ ଟ୍ୟାଲେଣ୍ଟରେ ନୃତ୍ୟ ପରିବେଷଣ କରିଥିଲେ । ଏହାପରେ ଅଭିନୟ ଦୁନିଆରେ ଦିଲ୍‌ ଦୋସ୍ତୀ ଡାନ୍ସ ଟିଭି ସିରିଏଲ ଜରିଆରେ ପ୍ରବେଶ କରିଥିଲେ ।

shantanu maheswari @the topmost
shantanu maheswari @the topmost

ଏଥିରେ ତାଙ୍କ ଅଭିନୟକୁ ସମସ୍ତେ ପ୍ରଶଂସା କରିଥିଲେ । ଏଥିସହ ଏହି ଶୋ’ରେ ଶାନ୍ତନୁଙ୍କ ଯୋଡ଼ି ଅଭିନେତ୍ରୀ ଭୃଶିକା ମେହତାଙ୍କ ସହ ଜମିଥିଲା । ଉଭୟଙ୍କ କେମେଷ୍ଟ୍ରୀକୁ ଦେଖି ୟୁକେ ବେଷ୍ଟ୍‌ ନୁ୍ୟଜପେପର୍‌ ଇଷ୍ଟର୍ନ ଶାନ୍ତନୁ ଏବଂ ଭୃଶିକାଙ୍କୁ ହଟେଷ୍ଟ ଇଣ୍ଡିଆନ୍‌ ଟିଭି ଯୋଡ଼ି ଭାବେ ବିବେଚିତ କରିଥିଲା । ଏହାପରେ ଅନେକ ଶୋରେ ନଜର ଆସିଥିଲେ । ଏହା ବ୍ୟତୀତ ସେ ଅନେକ କ୍ଷୁଦ୍ର ଚଳଚ୍ଚିତ୍ର, ବିଜ୍ଞାପନରେ ନିଜ ପ୍ରତିଭା ପ୍ରଦର୍ଶନ କରିଛନ୍ତି ।