ବ୍ରିଟେନରେ ରେକର୍ଡ ଭାଙ୍ଗିଛି ପାରଦ । ପ୍ରଥମ ଥର ସର୍ବାଧିକ ତାପମାତ୍ରା ୪୦ ଦଶମିକ ୨ ଡିଗ୍ରୀ ସେଲ୍ସିୟସ୍ ହୋଇଛି । ପ୍ରତି ତିନି ବର୍ଷରେ ଥରେ ଏହିଭଳି ଅସହ୍ୟ ଗ୍ରୀଷ୍ମ ଲହରରେ ବ୍ରିଟେନ୍ ଭାଜି ହେବ ବୋଲି ପାଣିପାଗ ବିଭାଗ ଆଶଙ୍କା କରିଛି । ୨୦୧୯ ଜୁଲାଇରେ ସର୍ବାଧିକ ତାପମାତ୍ରା ୩୮ ଦଶମିକ ୭ ଡିଗ୍ରୀ ହୋଇଥିଲା । ୟୁରୋପରେ ଜାରି ରହିଥିବା ଗ୍ରୀଷ୍ମ ଲହର ଏବେ ଉତ୍ତରମୁହାଁ ହେଉଥିବା ଜଣାପଡ଼ିଛି । ସେପଟେ ଫ୍ରାନ୍ସ, ନେଦରଲାଣ୍ଡ, ପର୍ତୁଗାଲ, ସ୍ପେନ୍, ଗ୍ରୀସ୍ ଭଳି ୟୁରୋପୀୟ ଦେଶରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପର୍ତ୍ତୁଗାଲରେ ପାରା ୪୭ ଡିଗ୍ରୀ ପାର କରିଯାଇଛି । ଫ୍ରାନ୍ସରେ ଏପର୍ଯ୍ୟନ୍ତ ୩୦ ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇ ଅସ୍ଥାୟୀ ଆଶ୍ରୟସ୍ଥଳୀରେ ରଖାଯାଇଛି । ଫ୍ରାନ୍ସର ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ଗିରୋଣ୍ଡୋ ସର୍ବାଧିକ ପ୍ରଭାବିତ ହୋଇଛି । ଏଠାରେ ଜଙ୍ଗଲ ନିଆଁ ବ୍ୟାପୁଛି । ଏପର୍ଯ୍ୟନ୍ତ ୪୭ ହଜାର ଏକର ଜଙ୍ଗଲ ପୋଡି ପାଉଁଶ ହୋଇଗଲାଣି । ସ୍ଥିତି ଏଭଳି ସ୍ତରରେ ପହଞ୍ଚିଛି ଯେ, ବ୍ରିଟେନର ବିଭିନ୍ନ ଭାଗରେ ବିମାନବନ୍ଦର ରନୱେ ଏବେ ତରଳିବାକୁ ଲାଗିଛି । ବ୍ରିଟେନ ବ୍ୟତୀନ ଫ୍ରାନ୍ସ, ଜର୍ମାନୀ, ସ୍ୱିଜରଲାଣ୍ଡ ଭଳି ଅନେକ ରାଷ୍ଟ୍ରରେ ସ୍ଥିତି ଅସମ୍ଭାଳ ହୋଇପଡିଛି । ଏହାଛଡା ବହୁ ଜଙ୍ଗଲରେ ନିଆଁ ଲାଗି ସ୍ଥିତିକୁ ଆହୁରି ଦୁର୍ବିସହ କରିଦେଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହର ପ୍ରଭାବ କ୍ରିକେଟ୍ ଉପରେ ପଡ଼ିଛି ।
“The eyes believe themselves, the ears believe other people.”
More Stories
ବିଜେପିର ନୂଆ ସଭାପତି ହେଲେ ନୈନାର ନାଗେନ୍ଦ୍ରନ୍
ବହୁ ଚେଷ୍ଟା ପରେ ବି ବଦଳେନାହିଁ ସ୍ବାମୀ ସ୍ତ୍ରୀଙ୍କର ଏହି ଗୁଣ
ଅତ୍ୟଧିକ ଜଙ୍କଫୁଡ୍ ଆଣିଥାଏ ଏହି ସବୁ ସମସ୍ୟା