ପ୍ରଥମ ଓଡ଼ିଶା ଭାଷା ମହାକୁମ୍ଭର ଆଜି ଦ୍ୱିତୀୟ ଦିନ । ଆଜି ଆଦିକବି ସାରଳା ଦାସ କକ୍ଷରେ ଉକ୍ରଳ ଗୌରବ ମଧୁସୂଦନ ଦାସଙ୍କ ଶ୍ରାଦ୍ଧ ଦିବସ ପାଳନ ହେବ । ଏହାପରେ ଆଧୁନିକ ଓଡ଼ିଶାର ଆବିର୍ଭାନ ଉପରେ ହେବ ଆଲୋକପାତ । ଓଡ଼ିଆ ଭାଷା ଓ ମହିଳା ସଶକ୍ତିକରଣ ଉପରେ ଆଲୋଚନା ହେବ । ଏହାସହ ଆଧୁନିକ ଓଡ଼ିଆ ସାହିତ୍ୟ, ଓଡ଼ିଶାର ନୌବାଣିଜ୍ୟ ଐତିହ୍ୟ, ଓଡ଼ିଶାର ଲୋକସଂସ୍କୃତି ଉପରେ ଆଲୋକପାତ ହେବ । ଶନିବାର ସମ୍ମିଳନୀକୁ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ ଓଡିଆ ଭାଷା ଜଗତର ବହୁ ବିଶିଷ୍ଟ ଲେଖକ, ସାହିତ୍ୟକ ଓ କବିଙ୍କ ଉପସ୍ଥିତି ଥିଲେ । ଭାଷା ସମ୍ମିଳନୀରେ ଶୋଭା ପାଇଛି ଓଡିଆ ଭାଷାର ଅସ୍ମିତା । ଅ, ଠାରୁ ଆରମ୍ଭ କରି ଲ ପର୍ଯ୍ୟନ୍ତ ଅକ୍ଷର, ଓଡିଆ ଭାଷାର ପରିଚୟ ଦେଉଛି । ଅତୀତ, ବର୍ତମାନ ଓ ଭବିଷ୍ୟତକୁ ଦର୍ଶାଉଛି । ଓଡିଆ ଭାଷା ଏବଂ ଲିପିର ଉତ୍ପତି ଓ ବିବର୍ତନ, ପ୍ରାଚୀନ ପ୍ରସ୍ତର ଅଭିଲେଖ, ତାମ୍ରଫଳକ, ତାଳପତ୍ର, ପୋଥି, କଳିଙ୍ଗ ଶୈଳୀର ମନ୍ଦିର ସ୍ଥାପତ୍ୟ, ଓଡିଶାର ନୌବାଣିଜ୍ୟ ସମ୍ପର୍କିତ କଳାକୃତିଗୁଡିକର ସୁଦୃଶ୍ୟ ଚିତ୍ରପଟ୍ଟ ମାଧ୍ୟମରେ ପ୍ରଦର୍ଶିତ ହୋଇଛି । ଏସବୁ ଓଡିଆ ଭାଷା ଇତିହାସ ସମ୍ପର୍କରେ ଜାଣିବାର ନୂଆପିଢ଼ି ପାଇଁ ଏକ ସୁଯୋଗ ଆଣିଛି ।
“The eyes believe themselves, the ears believe other people.”
More Stories
ଓଡିଶା ସୀମାକୁ ଘେରିଛନ୍ତି 2000 ନକ୍ସଲ୍
ରାସନ୍ କାର୍ଡ ପାଇଁ ପୁଣି ଥରେ ଭରିବାକୁ ପଡିବ ଆପ୍ଲିକେସନ୍
ଠିକ୍ ଭାବରେ କାମ କରୁନି ଆୟୁଷମାନ ଭାରତ କାର୍ଡ, ହନ୍ତସନ୍ତ ଜନତା