The Topmost

“The eyes believe themselves, the ears believe other people.”

ପ୍ରଥମେ ଥର୍ମାଲ ସ୍କାନିଂ ପରେ ରାଣ୍ଡମ ଟେଷ୍ଟିଂ

ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ କୋଭିଡ ମାର୍ଗଦର୍ଶିକା ଜାରି । ବିଦେଶରୁ ଆସୁଥିବା ଯାତ୍ରୀଙ୍କୁ ବିମାନବନ୍ଦରରରେ ପ୍ରଥମେ ଥର୍ମାଲ ସ୍କାନିଂ, ରାଣ୍ଡମ ଟେଷ୍ଟିଂ କରାଇବାକୁ ପଡ଼ିବ । ଏହାପରେ ଯଦି କରୋନାର ଲକ୍ଷଣ ଦେଖାଯାଏ ତେବେ ଆଇସୋଲେଟ ହେବାକୁ ପଡ଼ିବ । ଦ୍ରୁତ ଗତିରେ ବ୍ୟାପୁଥିବା କରୋନାର ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିରେ କୁହାଯାଇଛି ଯେ ବିମାନ ବନ୍ଦରରେ ସେହି ସନ୍ଦିଗ୍ଧ ଯାତ୍ରୀଙ୍କ କରୋନା ପରୀକ୍ଷା କରାଯିବ, ଯେଉଁମାନଙ୍କଠାରେ କୌଣସି ଲକ୍ଷଣ ଦେଖାଯିବ । ଏହା ବ୍ୟତୀତ ମୋଟ ଯାତ୍ରୀମାନଙ୍କ ମଧ୍ୟରୁ ପ୍ରାୟ ୨ ପ୍ରତିଶତ ଯାତ୍ରୀଙ୍କ ରାଣ୍ଡମ ଟେଷ୍ଟ ମଧ୍ୟ କରାଯିବ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ଏହି ସମ୍ବନ୍ଧରେ ପତ୍ର ଲେଖିଛି ।