ଭୁବନେଶ୍ୱର: ଫେବୃଆରୀ ୨୮: ଆଜିଠୁ ରାଜ୍ୟରେ ଖୋଲିଲା ସମସ୍ତ ସ୍କୁଲ । ପ୍ରଥମରୁ ସପ୍ତମ ଶ୍ରେଣୀ ଯାଏଁ ପିଲାଙ୍କ ପାଇଁ ସ୍କୁଲ ଖୋଲାଯାଇଛି । ଦୁଇ ବର୍ଷ ଭିତରେ ପିଲାମାନେ କ୍ଲାସରୁମ୍ ପାଠପଢା ପ୍ରତି ଅଭ୍ୟସ୍ତ ନଥିବାରୁ ସେମାନଙ୍କ ମନୋରଞ୍ଜନ ପାଇଁ ଏହି ସପ୍ତାହରେ ବିଭିନ୍ନ ଆକଫିଭିଟି କ୍ଲାସ କରାଯିବ । ଏଥିପାଇଁ ସ୍କୁଲ ଗୁଡିକରେ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଛି । ଆଗାମୀ ସପ୍ତାହରୁ ପିଲାଙ୍କ ପାଠପଢା ଆରମ୍ଭ ହେବ । ୨ ବର୍ଷ ପରେ ସ୍କୁଲ ଖୋଲିଥିବାରୁ କ୍ଲାସରୁମ୍ ଗୁଡିକୁ ସାନିଟାଇଜ୍ କରାଯାଇଛି । ଆଜିଠାରୁ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ୍ ଖୋଲିଥିବା ନେଇ ଗତକାଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଥିଲେ । ଏହାସହ ପିଲାମାନେ ଦୁଇ ବର୍ଷ ପରେ ସ୍କୁଲ ଆସିଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ