ଆଦାନୀ ଗ୍ରୁପରେ ନିବେଶ ନେଇ ପ୍ରଥମଥର ପାଇଁ ମୁହଁ ଖୋଲିଲା LIC । ଆଦାନୀ ଗ୍ରୁପ ଉପରେ ହିଣ୍ଡେନବର୍ଗର ରିପୋର୍ଟ ନେଇ ଉଠୁଛି ପଡ଼ୁଛି ସେୟାର ବଜାର । ବିଶେଷ କରି LIC ଆଦାନୀ ଗ୍ରୁପରେ ନିବେଶ କରିଥିବା ବୀମା ଅର୍ଥ ନେଇ ଚର୍ଚ୍ଚା ଜୋରସୋରରେ ଚାଲିଛି । ଏହାକୁ ନେଇ ଚାରିଆଡୁ LICକୁ ସମାଲୋଚନା ବି କରାଯାଉଛି । କୁହାଯାଉଛି ଯେ, LIC ଭଳି ସଂସ୍ଥା ଆଦାନୀ ଗ୍ରୁପରେ କିପରି ନିବେଶ କଲା । କେନ୍ଦ୍ର ସରକାର ଏବଂ LIC ଏହାକୁ ନେଇ ମୁହଁ ଖୋଲୁ ନଥିଲାବେଳେ ଏବେ LIC ପ୍ରତିକ୍ରିୟା ଦେଇଛି । ଏ ନେଇ LIC କହିଛି ଆଦାନୀ ଗ୍ରୁପରେ ନିବେଶ ହୋଇଥିବା ଅର୍ଥ ପ୍ରତ୍ୟାହାର ହେବ ନାହିଁ । ଏ ନେଇ ଏଲଆଇସିର ଚେୟାରମ୍ୟାନ ଏମ.ଆର କୁମାର ଘୋଷଣା କରିଛନ୍ତି ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ