The Topmost

“The eyes believe themselves, the ears believe other people.”

ପ୍ରଥମଥର ଆସିଲା ଟନେଲରେ ଫସିଥିବା ଶ୍ରମିକଙ୍କ ଭିଡିଓ

ଉତ୍ତରାଖଣ୍ଡର ଉତ୍ତରକାଶୀରେ ଟନେଲ ଭିତରେ ଫସି ରହିଥିବା ଶ୍ରମିକଙ୍କ ଏକ ଭିଡିଓ ଏବେ ସାମନାକୁ ଆସିଛି । ପ୍ରଥମଥର ଲାଗି ଏହି ଭିଡିଓଟି ସାମନାକୁ ଆସିଛି । ଯାହାକୁ ଦେଖିବା ପରେ ଟିକେ ଆଶ୍ବସ୍ତୀ ମିଳିଛି । ନଭେମ୍ବର ୧୨ ତାରିଖରୁ ୪୧ ଜଣ ଶ୍ରମିକ ଏହି ଟେନଲ ଭିତରେ ଫସି ରହିଥିବାବେଳେ ରେସ୍କ୍ୟୁ ଅପରେସନ ଜାରି ରହିଛି । ଉଦ୍ଧାରକାରୀ ଦଳ ପକ୍ଷରୁ ପଠାଯାଇଥିବା କ୍ୟାମେରାରେ ଶ୍ରମିକଙ୍କ ଭିଡିଓ କଏଦ ହୋଇଛି । ସମସ୍ତେ ସୁରକ୍ଷିତ ଥିବା ନଜର ଆସିଛି । ତେବେ ଖୁବଶୀଘ୍ର ଶ୍ରମିକମାନେ ଉଦ୍ଧାର ହୋଇଯିବେ ବୋଲି କୁହାଯାଉଛି । ଦଶମ ଦିନରେ ରେସ୍କ୍ୟୁ ଅପରେସନ । ଉତ୍ତରକାଶୀରେ ଫସିଥିବା ୪୧ ଶ୍ରମିକଙ୍କ ଉଦ୍ଧାର ପ୍ରକ୍ରିୟାରେ ହେଉଛି ଅଗ୍ରଗତି । ୬ ଇଞ୍ଚର ପାଇପରେ ଖାଦ୍ୟପଦାର୍ଥ ଯୋଗାଇ ଦିଆଯାଉ ଥିବାବେଳେ ସେଠାରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଅପରେସନ । ରାତିରେ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ଖେଚୁଡି ଓ ଡାଲି ସେମାନଙ୍କ ଲାଗି ପଠାଯାଇଛି । ସେପଟେ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନର ଦୁଇଟି ରୋବଟକୁ ଟନେଲ ଭିତରକୁ ପଠାଯିବ । ସେହି ଦୁଇଟି ରୋବଟର ଓଜନ ୨୦ କେଜି ଓ ୫୦ କେଜି । ଫସିଥିବା ଶ୍ରମିକଙ୍କ ଲାଗି ସ୍ବତନ୍ତ୍ର ଖାଦ୍ୟ ପଦାର୍ଥ ବ୍ୟବସ୍ଥା କରାଯାଇଛି । ସେଥିଲାଗି ମେଡିକାଲ ବିଶେଷଜ୍ଞଙ୍କ ପରାମର୍ଶ ନିଆଯାଇଛି । କେତେକ ଶ୍ରମିକ ସାମାନ୍ୟ ଅସୁସ୍ଥ ହୋଇଥିବା ସୂଚନା ମିଳିଛି । ପାଇପ ଯୋଗେ ଏକ ଚାର୍ଜର ଓ ଏକ ଫୋନ ଟନେଲ ଭିତରକୁ ପଠାଯିବ ।