ନିଦ୍ରାହୀନତା ଆଜିକାଲି ଏକ ସାଧାରଣ ସମସ୍ୟା। କାମ ଚାପ ପାଇଁ ହେଉ କିମ୍ବା ମୋବାଇଲ୍ ଫୋନ୍ର ବହୁଳ ବ୍ୟବହାର ପାଇଁ ହେଉ, ବିଳମ୍ବିତ ରାତି ପର୍ଯ୍ୟନ୍ତ ଆଖିକୁ ନିଦ ନଆସିବା ଅଧିକାଂଶ ଲୋକଙ୍କ ଭିତରେ ଦେଖିବାକୁ ମିଳୁଛି। ମାତ୍ର ସୁସ୍ଥକର ଖାଦ୍ୟ ଓ ପାନୀୟ ଗ୍ରହଣ କରିବା ଦ୍ବାରା ଏହି ସମସ୍ୟାକୁ ସାମାନ୍ୟ ଏଡ଼େଇ ଦିଆଯାଇପାରେ। ସାଧୁ, ସନ୍ଥମାନେ କହନ୍ତି ଯେ ଯଦି ଜଣେ ବ୍ୟକ୍ତିଙ୍କୁ ଉତ୍ତମ ନିଦ୍ରା ହେଉଛି ତ ଆମେ ବୁଝିଯିବା ଉଚିତ ଯେ ସେ ବ୍ୟକ୍ତି ଜଣକ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି। କାରଣ ଅସୁସ୍ଥ ବ୍ୟକ୍ତିଙ୍କୁ ସେତେ ଭଲ ନିଦ୍ରା ହୋଇ ନଥାଏ।
ତେବେ ଚାଲନ୍ତୁ ଜାଣିବା କେଉଁ ଉପାୟରେ ଆମେ ସୁନିଦ୍ରା ପାଇପାରିବା। ଆମେ ଆଜି ଯେଉଁ ଜୁସ୍ ସଂପର୍କରେ ବତାଇବୁ ତାହାକୁ ପିଇଲେ ନିଦ୍ରା ପୂରା ଶିଶୁଙ୍କ ପାରି ଘାରିବ। ଜାଣିରଖନ୍ତୁ ଯେ ଚେରି ଜୁସ୍ ନିଦ ପାଇଁ ଖୁବ୍ ଭଲ। ଏହି ଜୁସ୍ କେବଳ ନିଦ ନୁହେଁ, ବରଂ ଆପଣଙ୍କ ଶରୀରର ଅନେକ ସମସ୍ୟାର ସମାଧାନ କରିପାରେ। ସବୁଠାରୁ ଭଲ କଥା ହେଲା ଏହି ଜୁସ୍ର କୌଣସି ପାର୍ଶ୍ୱ ପ୍ରଭାବ ନାହିଁ।
ଏକ ଗବେଷଣାରୁ ଜାଣିବାକୁ ମିଳିଛି ଯେ ଯେଉଁ ବ୍ୟକ୍ତିମାନେ ଚେରି ଜୁସ୍ ପିଇ ଖଟକୁ ଯାଉଛନ୍ତି ସେମାନଙ୍କୁ ୮୪ ମିନିଟ୍ ମଧ୍ୟରେ ନିଦ୍ରା ଗ୍ରାସ କରୁଛି। ମନେ ରଖନ୍ତୁ, ଗୋଟାଏ ଗ୍ଲାସ୍ରୁ ଅଧିକ ଜୁସ୍ ପିଇବେ ନାହିଁ। ଗୋଟାଏ ଗ୍ଲାସ୍ ଜୁସ୍ ହେବା ପାଇଁ ଯେତିକି ପରିମାଣର ଚେରି ଓ ପାଣି ଆବଶ୍ୟକ ଆପଣ ତାହାକୁ ମିଶ୍ରଣ କରି ଜୁସ୍ ପ୍ରସ୍ତୁତ କରନ୍ତି। ରାତ୍ରିଭୋଜନ କରିବା ପରେ ସେହି ଜୁସ୍କୁ ପିଇକି ଶୁଅନ୍ତୁ। ଦେଖିବେ ଆପଣଙ୍କର ନିଦ୍ରହୀନତାର ସମସ୍ୟା କୁଆଡ଼େ ଚାଲିଯିବ।
More Stories
ଭୃସଙ୍ଗ ପତ୍ରର ନ୍ୟୁଟ୍ରିସନକୁ ସରି ହେବନି ମହଙ୍ଗା ଔଷଧ
ଗର୍ଭାବସ୍ଥାରେ କେଉଁ ଧାତୁର ପ୍ରଭାବ କିପରି ହୋଇଥାଏ
magic of sugarcane juice ଆଖୁରସର ଚମତ୍କାରୀତା