କ୍ଷେପଣାସ୍ତ୍ର ଆକ୍ରମଣରେ ୬୦୦ରୁ ଅଧିକ ୟୁକ୍ରେନ ସୈନ୍ୟ ନିହତ । ଏନେଇ ରୁଷର ପ୍ରତିରକ୍ଷା ମନ୍ତ୍ରାଳୟ ତରଫରୁ ସୂଚନା ମିଳିଛି । ଗତ ସପ୍ତାହରେ ୟୁକ୍ରେନର ଆକ୍ରମଣରେ ୮୯ ଜଣ ରୁଷ ସୈନ୍ୟ ନିହତ ହୋଇଥିଲେ । ଏବେ ଆକ୍ରମଣ କରି ଋଷ ପ୍ରତିଶୋଧ ନେଇଥିବା କହିଛି । ୟୁକ୍ରେନର ପୂର୍ବ ସହର କ୍ରାମଟୋର୍ସ୍କର ମେୟର କହିଛନ୍ତି ଯେ ତାଙ୍କ ସହରକୁ ଟାର୍ଗେଟ କରାଯାଇଛି । ଏହା ପୂର୍ବରୁ ସେ କହିଥିଲେ ଯେ ସହରର ବିଭିନ୍ନ କୋଠା ଉପରେ ହୋଇଥିବା ଆକ୍ରମଣରେ କେହି ମୃତାହତ ହୋଇନାହାଁନ୍ତି । ୟୁକ୍ରେନର ସୈନ୍ୟମାନଙ୍କୁ ଟାର୍ଗେଟ କରିବା ପାଇଁ ଗୁଇନ୍ଦା ସୂଚନାକୁ ବ୍ୟବହାର କରାଯାଇଥିଲା । ଏହି ସୂଚନା ଅନୁଯାୟୀ, ୭୦୦ରୁ ଅଧିକ ୟୁକ୍ରେନ ସୈନିକ ଗୋଟିଏ ହଷ୍ଟେଲରେ ଥିବା ବେଳେ ୬୦୦ ରୁ ଅଧିକ ଅନ୍ୟ ହଷ୍ଟେଲରେ ଥିଲେ ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ