The Topmost

“The eyes believe themselves, the ears believe other people.”

ପ୍ରତିଶୋଧ ନେବେ ରେଣୁକା ଚୌଧୁରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ କଂଗ୍ରେସ ନେତା ରାହୁଲ ଗାନ୍ଧି ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ତାଙ୍କୁ ୨ ବର୍ଷ ଜେଲ ଦଣ୍ଡ ହୋଇଛି। ଏହାକୁ ନେଇ କଂଗ୍ରେସ ତାତିଛି । ରାହୁଲଙ୍କ ପ୍ରସଙ୍ଗରେ କଂଗ୍ରେସ ମଧ୍ୟ କହିଛି ବଦଲା ନେବ । ୨୦୧୮ରେ ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ବୟାନକୁ ନେଇ କଂଗ୍ରେସ ନେତ୍ରୀ ରେଣୁକା ଚୌଧୁରୀ ପ୍ରତିଶୋଧ ନେବେ ବୋଲି ଚେତାବନୀ ଦେଇଛନ୍ତି । ୨୦୧୮ରେ ସଂସଦରେ ମୋଦି ଦେଇଥିବା ସୁର୍ପଣଖା ମନ୍ତବ୍ୟ ଲାଗି ତାଙ୍କ ନାମରେ କଂଗ୍ରେସ ନେତ୍ରୀ ରେଣୁକା ଚୌଧୁରୀ ମାନହାନି ମାମଲା ଦାଏର କରିବେ ବୋଲି କହିଛନ୍ତି । ମୋଦୀ ସୁର୍ପଣଖା କଥା କହୁଥିବା ସଂସଦୀୟ ଅଧିବେଶନର ଗୋଟିଏ ପୁରୁଣା ଭିଡିଓ କ୍ଲିପ୍‌ ଟ୍ୱିଟ୍‌ କରି ରେଣୁକା ଲେଖିଛନ୍ତି: ଦେଖିବା, ଅଦାଲତ ଏବେ କେତେ ତତ୍ପରତା ପ୍ରକାଶ କରୁଛି । ସଂସଦୀୟ ଅଧିବେଶନର ଏହି ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦି ରେଣୁକାଙ୍କ ନାମ ଉଲ୍ଲେଖ ନ କରି ତାଙ୍କ ହସକୁ ଧାରାବାହିକ ରାମାୟଣର ଚରିତ୍ର ସୁର୍ପଣଖାର ଅଟ୍ଟହାୟସ୍ୟ ସହିତ ତୁଳନା କରିଥିଲେ ।