ପ୍ରତିଶୋଧ ନେଲେ ଜମ୍ମୁ ସୁରକ୍ଷା କର୍ମୀ । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ଆତଙ୍କୀ । ପୁଲୱାମାରେ ଜଣେ ଆତଙ୍କବାଦୀକୁ ନିପାତ କରିଛନ୍ତି ଯବାନ । ରବିବାର ଆତଙ୍କବାଦୀ ଜଣେ କାଶ୍ମୀର ପଣ୍ଡିତଙ୍କୁ ମାରି ଦେଇଥିଲେ । ଦିନକ ପରେ ସୁରକ୍ଷା କର୍ମୀ ଜଣେ ଆତଙ୍କବାଦୀକୁ ଏନକାଉଣ୍ଟର କରିଛନ୍ତି । ଆଜି ପୁଲୱାମା ଅବନ୍ତିପୁରା ଅଞ୍ଚଳରେ ମୁହାଁମୁହିଁ ହୋଇଥିଲେ ଯବାନ ଓ ଆତଙ୍କବାଦୀ । ଏବେବି ପୁରା ଅଞ୍ଚଳରେ କୁମ୍ବିଂ ଅପରେସନ ଜାରି ରହିଛି । ରବିବାର ସଞ୍ଜୟ ଶର୍ମା ନାମକ ଜଣେ କାଶ୍ମୀର ପଣ୍ଡିତ ଡେଲି ମାର୍କେଟ ଯାଉଥିବା ବେଳେ ଟାର୍ଗେଟ୍ କରିଥିଲେ ଆତଙ୍କୀ ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ