ସରଗରମ ପଦ୍ମପୁର ରାଜନୀତି । ମୈଦାନକୁ ଓହ୍ଲାଇଛନ୍ତି ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହା । ସର୍ଗିପାଲି ସଭାରେ ଯୋଗ ଦେଇଛନ୍ତି ବର୍ଷା । ସଭାମଞ୍ଚରେ ବାପା ବିଜୟ ରଂଜନ ସିଂହ ବରିହାଙ୍କୁ ମନେପକେଇ ସେ କାନ୍ଦି ପକେଇଥିଲେ । ଭାବବିହ୍ବଳ କଣ୍ଠରେ ସଭାମଞ୍ଚରୁ ଭୋଟରଙ୍କ ଆଶୀର୍ବାଦ ଲୋଡିଥିଲେ ବର୍ଷା । ପଦ୍ମପୁରବାସୀଙ୍କ ସହ ତାଙ୍କ ବାପାଙ୍କ ଥିବା ସମ୍ପର୍କକୁ ଆଗେଇ ନେବାକୁ ସଭା ମଞ୍ଚରୁ ତଳକୁ ଓହ୍ଲାଇ ଆସିଥିଲେ ବର୍ଷା । ମଞ୍ଚ ତଳେ ସାଧାରଣ ଲୋକଙ୍କ ସହ ଭାବର ଆଦାନ ପ୍ରଦାନ କରିଥିଲେ । ଗୁରୁଜନଙ୍କୁ ମୁଣ୍ଡିଆ ମାରି ସୁଖଦୁଃଖର ସାଥି ହେବାକୁ ପ୍ରତିଶୃତି ଦେଇଥିଲେ । ସେହିଭଳି ସାନମାନଙ୍କୁ ସ୍ନେହ ଦେବା ସହ ଯୁବପିଢୀଙ୍କ ସହ ଉଠାଇଥିଲେ ସେଲଫି । ଆରମ୍ଭରୁ ଶେଷ ଯାଏଁ ବର୍ଷା ଥିଲେ ସଭାର ଆକର୍ଷଣ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା