ମହାରାଷ୍ଟ୍ର ରାୟଗଡରେ ଭୟଙ୍କର ଭୂସ୍ଖଳନ । ପର୍ଚଣ୍ଡ ଭୂସ୍ଖଳନରେ ଦବିଗଲା ପୁରା ଗାଁ । ଫଳରେ ମାଟିତଳେ ୫୦ରୁ ଅଧିକ ଲୋକ ଦବିଯାଇଥିବା ଆଶଙ୍କା କରାଯାଉଛି । ସେମାନଙ୍କ ମଧ୍ୟରେ ଏବେଯାଏଁ ମାତ୍ର ୪ଜଣଙ୍କ ଶବ କଢାଯାଇ ଥିବାବେଳେ ପାଖାପାଖି ୨୫ ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି । ସେପଟେ ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସୂଚନା ମୁତାବକ, ରାୟଗଡ ଜିଲ୍ଲା ଇରସାଲବାଡି ଗାଁ ଏକ ପାହାଡିଆ ଇଲାକା ଅଟେ । ତେବେ ବିଳମ୍ବିତ ରାତିରେ ଭାରୀ ବର୍ଷା ଯୋଗୁଁ ହଠାତ୍ ପାହାଡ ଗାଁ ଆଡକୁ ଧସିଆସିଥିଲା । ଏହି ଗାଁ ଆଦିବାସୀ ବହୁଳ ଗାଁ ହୋଇଥିବାବେଳେ ପାହାଡ ତଳେ ୧୭ ପରିବାର ଦବିଯାଇଛି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ