The Topmost

“The eyes believe themselves, the ears believe other people.”

ପ୍ରକାଶ ପାଇଲା ଓଡ଼ିଶା ସିଭିଲ ସର୍ଭିସ ରେଜଲ୍ଟ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ ସର୍ଭିସ ରେଜଲ୍ଟ । ଏହି ପରୀକ୍ଷାରେ ସୁଦେବ ପୃଷ୍ଟି ଟପ୍ପର ହୋଇଥିବା ବେଳେ ଦ୍ବିତୀୟରେ ରହିଛନ୍ତି ସୁଚିସ୍ମିତା ପାଣିଗ୍ରାହୀ, ତୃତୀୟରେ ପ୍ରଣବ ସାହୁ । ମୋଟ 432 ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିବା ବେଳେ ଟପ୍‌ ଟେନରେ ୫ ଝିଅ ୫ ପୁଅ କୃତକାର୍ଯ୍ୟ ହୋଇଛନ୍ତି । ମୋଟ କୃତକାର୍ଯ୍ୟ ହୋଇଥିବା ୪୩୨ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ ୧୬୪ ଜଣ ମହିଳା ଅଛନ୍ତି । ଗୃପ-ଏ ଏବଂ ଗୃପ-ବି ପୋଷ୍ଟରେ ଏମାନଙ୍କ ନିଯୁକ୍ତି ହେବ । ତେବେ ଚଳିତ ବର୍ଷ ରେକର୍ଡ ସମୟରେ ପ୍ରକାଶିତ ହୋଇଛି ଓସିଏସ ରେଜଲ୍ଟ । ପ୍ରିଲିମନାରୀ ପରୀକ୍ଷାର ସାଢେ ୯ ମାସ ଭିତରେ ରେଜଲ୍ଟ ପ୍ରକାଶ ପାଇଛି । ଯାହାକି ସର୍ବକାଳୀନ ରେକର୍ଡ ।