The Topmost

“The eyes believe themselves, the ears believe other people.”

ପୌର ସଂସ୍ଥା ହାତକୁ ଚାଲିଯିବ କି ବୃତ୍ତିଗତ କର କ୍ଷମତା ?

ଆଜି ବସିବ ନୀତି ଆୟୋଗ ପରିଚାଳନା ପରିଷଦ ବୈଠକ । ବୃତ୍ତିଗତ କର ରାଜ୍ୟ ସରକାର ଆଦାୟ ନ କରି ପୌର ସଂସ୍ଥାଗୁଡ଼ିକୁ କ୍ଷମତା ହସ୍ତାନ୍ତର ହୋଇପାରେ । ଅର୍ବାନ ଲୋକାଲ ବଡ଼ିକୁ ଅଧିକ ଆର୍ଥିକ ସଶକ୍ତ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇପାରନ୍ତି । ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ନୀତି ଆୟୋଗ ପରିଚାଳନା ପରିଷଦ ବୈଠକରେ ଏ ସମ୍ପର୍କରେ ଆଲୋଚନା ହେବ । ରାଜ୍ୟ ସରକାର କିମ୍ବା ଅର୍ବାନ ଲୋକାଲ ବଡି ଲୋକଙ୍କ ଠାରୁ ପ୍ରଫେସନାଲ ଟ୍ୟାକ୍ସ ଆଦାୟ କରିବା ପାଇଁ ସମ୍ବିଧାନର ୨୭୬ ଧାରାରେ ବ୍ୟବସ୍ଥା ରହିଛି । ୨୧ଟି ରାଜ୍ୟ ସରକାର ଏହି ପ୍ରଫେସନାଲ ଟ୍ୟାକ୍ସ ଆଦାୟ କରୁଛନ୍ତି । କିନ୍ତୁ ଏ ଦାୟିତ୍ୱ ରାଜ୍ୟ ସରକାରଙ୍କ ବଦଳରେ ଅର୍ବାନ ଲୋକାଲ ବଡିକୁ ଦେବା ପାଇଁ ଯୋଜନା କରାଯାଉଛି । ସେହିପରି ଡାଲି, ଖାଇବା ତେଲ ଦର ଅନେକ ସମୟରେ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି କେବଳ ଗହମ କିମ୍ବା ଧାନ ଚାଷ ନକରି ତୈଳବୀଜ ଓ ଡାଲି ଜାତୀୟ ଫସଲ କିଭଳି ଚାଷୀ ଅଧିକରୁ ଅଧିକ କରିବେ ତାହା ଉପରେ ମଧ୍ୟ ଆଲୋଚନା ହେବ । ଅନ୍ୟପକ୍ଷରେ ନୀତି ଆୟୋଗ ବୈଠକରେ ଜାତୀୟ ଶିକ୍ଷା ନୀତି ପ୍ରସଙ୍ଗ ଉଠିବ । ସେପଟେ ନୀତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ଫୋକସ ଷ୍ଟେଟ ମାନ୍ୟତା ଦାବି ରଖିବେ ।