ପୋଲିସ ହେପାଜତରେ କୃଷକନେତା ରାକେଶ ଟିକାୟତ । ଲକ୍ଷିମପୁର ଖେରିରୁ ଦିଲ୍ଲୀକୁ ଆସୁଥିବାବେଳେ ତାଙ୍କୁ ପୋଲିସ ହେପାଜତରେ ନେଇଛି । ଏନେଇ ରାକେଶ ଟିକାୟତ ଟୁଇଟ୍ କରି ସୂଚନା ଦେଇଛନ୍ତି । ସରକାରଙ୍କ ଇଶାରାରେ କାମ କରୁଥିବା ଦିଲ୍ଲୀ ପୋଲିସ କୃଷକଙ୍କ ସ୍ୱରକୁ ଦବେଇପାରିବ ନାହିଁ ବୋଲି ରାକେଶ କହିଛନ୍ତି । ଟିକାୟତ ଆହୁରି କହିଛନ୍ତି ଏହି ସଂଘର୍ଷ ଶେଷ ନିଶ୍ୱାସ ଥିବା ଯାଏଁ ଚାଲିବ । ସୂଚନା ଅନୁସାରେ ରାକେଶ ଟିକାୟତ ତାଙ୍କ ସମର୍ଥକମାନଙ୍କ ସହିତ ଦିଲ୍ଲୀ ଯିବାକୁ ଚାହୁଁଥିଲେ । କିନ୍ତୁ ଦିଲ୍ଲୀ ପୋଲିସ ସେମାନଙ୍କୁ ଅନୁମତି ଦେଇନଥିଲେ । ଫଳରେ ସେମାନେ ରାଜରାସ୍ତା ଉପରେ ବସି ପ୍ରତିବାଦ କରିବାରୁ ପୋଲିସ ସେମାନଙ୍କୁ ଏସିପି ପୋଲିସ କାର୍ଯ୍ୟାଳୟକୁ ନେଇଯାଇଛନ୍ତି । ରାକେଶ ଟିକାୟତ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି କଣ ଦିଲ୍ଲୀକୁ କୃଷକମାନଙ୍କ ପ୍ରବେଶ ବାରଣ କରା ଯାଇଛି? ସବୁଜ ଗାମୁଛା, ଓ ଚଦର ପକାଇ କଣ କେହି ଦିଲ୍ଲୀକୁ ଯାଇପାରିବେ ନାହିଁ ବୋଲି ସେ ମଧ୍ୟ ପ୍ରଶ୍ନ କରିଛନ୍ତି ।
More Stories
ବାଂଲାଦେଶକୁ ବତ୍ୟା ଆଶଙ୍କା, ଓଡିଶାରୁ ଟଳିଲା ବିପଦ
ମିଥ୍ୟା ଦୁଷ୍କର୍ମ ଅଭିଯୋଗରେ ଯୁବକଙ୍କୁ ନ୍ୟାୟ, ଏବେ ଜେଲ ଯିବେ ମହିଳା
ରତନ ଟାଟଙ୍କ ପରେ କିଏ ସମ୍ଭାଳିବ ସାମ୍ରାଯ୍ୟ, ଚାଲିଛି ଖୁବ୍ ଚର୍ଚ୍ଚା