ବିଜେବି କଲେଜ ଛାତ୍ରୀ ରୁଚିକା ଆତ୍ମହତ୍ୟା ମାମଲା । ମୋଟ ୧୩୫ ଜଣଙ୍କୁ ପୋଲିସ ପଚରାଉଚରା କରିଛି । ସେମାନଙ୍କ ଭିତରୁ ଯୁକ୍ତ ୩ ଶେଷ ବର୍ଷର ୩ଜଣ ବିଜ୍ଞାନ ଛାତ୍ରୀଙ୍କ ବିଷୟରେ ବଳିଷ୍ଠ ପ୍ରମାଣ ପାଇଛି ପୋଲିସ । ତେବେ ଏନେଇ ଆଜି ବି ପଚରାଉଚରା କରିବ ପୋଲିସ । ଗତାକାଲିର ଦ୍ୱିତୀୟ ଦିନରେ ୭୫ ଜଣଙ୍କୁ ପଚରାଉଚରା କରିଥିଲା ପୋଲିସ । ସେମାନଙ୍କ ମଧ୍ୟରେ କ୍ଲାସମେଟ, ସିନିୟର ଛାତ୍ରୀ, ଜୁନିୟର ଛାତ୍ରୀ, ଓ ଗେଟ ଚେକିଂ ଦାୟିତ୍ୱରେ ଥିବ କର୍ମଚାରୀ ଥିଲେ । ଏହାସହ ହଷ୍ଟେଲ ସିସିଟିଭିକୁ ଯାଞ୍ଚ କରିଛି ପୋଲିସ । ରୁଚିକାଙ୍କ ମୋବାଇଲ ସିଡ଼ିଆର ପୋଲିସ ମାଗିବା ସହ ତାଙ୍କ ମୋବାଇଲର କରାଯିବ ଫରନେସିକ ଯାଞ୍ଚ । କାରୁବାକି ହଷ୍ଟେଲରେ ସିନିୟର ଓ ଜୁନିୟରଙ୍କୁ ନେଇ ଥିବା ୭୦ ଜଣିଆ ହ୍ୱାଟସ୍ଆପ୍ ଗ୍ରୁପ ବିଷୟରେ ପୋଲିସ ପ୍ରମାଣ ପାଇଛି । ଗ୍ରୁପର କିଛି ସ୍କ୍ରିନସଟ୍ ବି ହସ୍ତଗତ ହୋଇଛି । ଏଥିରେ ସିନିୟରଙ୍କୁ ଗୁଡ୍ ମର୍ଣ୍ଣିଂ, ଗୁଡ୍ ନାଇଟ୍ ମେସେଜ ଦେବାକୁ ବାଧ୍ୟ କରାଯାଉଥିଲା । ତେବେ କିଏ ଏହି ଗ୍ରୁପର ଆଡମିନ୍ ? ତାହା ଜଣାପଡିବା ପରେ ଅଭିଯୁକ୍ତ ନିକଟରେ ପହଞ୍ଚିବାକୁ ପୋଲିସକୁ ସମ୍ଭବ ହେବ । ସେପଟେ ହ୍ୟାଣ୍ଡରାଇଟିଂ ବ୍ୟୁରୋର ରିପୋର୍ଟକୁ ଅପେକ୍ଷା କରିଛି ବଡ଼ଗଡ଼ ଥାନା ପୋଲିସ ।
“The eyes believe themselves, the ears believe other people.”
More Stories
ରାଜ୍ୟରେ ପୁଣି ଲଜ୍ଜା, ଗଣ ଦୁଷ୍କର୍ମ ସହ ହତ୍ୟା ଆରୋପ
ଏଥର ଏସସିବିରେ ଉପଲବ୍ଧ ଏମ୍ଏନ୍ସିୟୁ ସୁବିଧା, ମା ସହ ଚିକିତ୍ସା ପାଇବେ ଶିଶୁ
ଓଡ଼ିଶାରେ ସୃଷ୍ଟି ହେଲେ ୧୦ ଲକ୍ଷରୁ ଅଧିକ ଲକ୍ଷପତି ଦିଦି