The Topmost

“The eyes believe themselves, the ears believe other people.”

ପୋଖରାରେ ବିମାନ ଦୁର୍ଘଟଣା

ନେପାଳର କାଠମାଣ୍ଡୁ ପୋଖରା ଅଭିମୁଖେ ଯାତ୍ରା କରୁଥିବା ‘ୟେତି ଏୟାର୍‌ଲାଇନ୍‌’ର ‘ଏଟିଆର୍‌୭୨’ ବିମାନ ଦୁର୍ଘଟଣାଗ୍ରସ୍ତ । କାସ୍‌କି ଅନ୍ତର୍ଗତ ପୋଖରା ବିମାନ ବନ୍ଦର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା କଥା କାଠମାଣ୍ଡୁ ଗଣମାଧ୍ୟମ ପକ୍ଷରୁ ସୂଚନା ମିଳିଛି । ଗଣମାଧ୍ୟମକୁ ‘ୟେତି ଏୟାର୍‌ଲାଇନ୍‌ସ୍‌’ର ମୁଖପାତ୍ର କହିଛନ୍ତି, ସୁଦର୍ଶନ ବର୍‌ତୌଲାରେ ଥିବା ପୁରୁଣା ବିମାନ ବନ୍ଦର ଓ ପୋଖରା ଆନ୍ତର୍ଜାତିକ ବିମାନ ବନ୍ଦର ମଝିରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏହି ବିମାନରେ ସମୁଦାୟ ୬୮ଜଣ ଯାତ୍ରୀ ଓ ୪ଜଣ କ୍ରୁ’ ଥିଲେ । ଦୁର୍ଘଟଣାସ୍ଥଳରୁ ହେଲିକପ୍ଟର୍‌ ଯୋଗେ ଉଦ୍ଧାରକାରୀ ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଏପର୍ଯ୍ୟନ୍ତ ମୃତାହତଙ୍କ କୌଣସି ସୂଚନା ମିଳିପାରିନାହିଁ ।