The Topmost

“The eyes believe themselves, the ears believe other people.”

ପୋଲାଭରମ ପ୍ରକଳ୍ପକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ବ , ପଢନ୍ତୁ କଣ କହିଲେ..

ବିବାଦୀୟ ପୋଲାଭରମ ପ୍ରକଳ୍ପକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ବ । ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଓ ତେଲେଙ୍ଗାନାକୁ ନେଇ ଏହି ପ୍ରସଙ୍ଗରେ ଏକ ଉଚ୍ଚସ୍ତରୀୟ ବୈଠକ ହେବ । ଏନେଇ କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ଓ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦେଇଛନ୍ତି । ବିଚାରପତି ସଞ୍ଜୟ କିଶନ କୌଲ, ବିଚାରପତି ଅଭୟ ଏସ୍‌ ଓକା ଓ ବିଚାରପତି ବିକ୍ରମ ନାଥଙ୍କୁ ନେଇ ଗଠିତ ନୂଆ ଖଣ୍ଡପୀଠ ଆଜି ମାମଲାର ଶୁଣାଣି କରିବା ଅବସରରେ ଏହି ନିର୍ଦ୍ଦେଶ ଦେଇଛନ୍ତି । ଖଣ୍ଡପୀଠ କହିଛନ୍ତି ଯେ, ଏକ ମାସ ମଧ୍ୟରେ ପ୍ରଥମ ବୈଠକ ପରେ ନିୟମିତ ବ୍ୟବଧାନରେ ବୈଠକ ବସୁ । କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ଓ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ଏହି ବିବାଦର ସମାଧାନ ଦିଗରେ ଅଗ୍ରଣୀ ଭୂମିକା ନିର୍ବାହ କରିବେ । ବୈଠକ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯିବା ସହ ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୭କୁ ଧାର୍ଯ୍ୟ ହୋଇଛି । ଆଜିର ଶୁଣାଣି ବେଳେ ପ୍ରକଳ୍ପର ଢାଞ୍ଚାଗତ ପରିବର୍ତ୍ତନ ଯୋଗୁଁ ସୃଷ୍ଟି ହେବାକୁ ଥିବା ବୁଡ଼ି ଅଞ୍ଚଳ ସମସ୍ୟା ଓ ବିନା ମଞ୍ଜୁରିରେ ପ୍ରକଳ୍ପ ନିର୍ମାଣ ଚାଲିଥିବା ସମ୍ପର୍କରେ ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ପ୍ରକଳ୍ପଙ୍କୁ ନେଇ ଓଡ଼ିଶା, ତେଲେଙ୍ଗାନା ଓ ଛତିଶଗଡ଼ ସେମାନଙ୍କ ଚିନ୍ତା ସମ୍ପର୍କରେ ଖଣ୍ଡପୀଠଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ଓଡ଼ିଶା ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଗୋପାଳ ସୁବ୍ରମଣ୍ୟମ କହିଥି‌ଲେ ଯେ ଜଷ୍ଟିସ୍‌ ବଛାୱତ କମିସନଙ୍କ ସୁପାରିସକୁ ଉଲ୍ଲଂଘନ କରି ଆନ୍ଧ୍ରପ୍ରଦେଶ ପୋଲାଭରମ ପ୍ରକଳ୍ପ ନିର୍ମାଣ କରୁଛି । ଏହାଦ୍ବାରା ଓଡ଼ିଶା ପ୍ରଭାବିତ ହେବ ।