ଭୁଶୁଡ଼ା ଅର୍ଥନୀତିରେ ଯୁଝି ହେଉଛି ପାକିସ୍ତାନ । IMF ର ବେଲଆଉଟ ପ୍ୟାକେଜ ସର୍ତ୍ତ ପାଇଁ ଆହୁରି ଭୟଙ୍କର ହୋଇଛି ସ୍ଥିତି । ହୁହୁ ହୋଇ ବଢ଼ୁଛି ଦରଦାମ । ମିନି ବଜେଟ ପରେ ରେକର୍ଡ ଛୁଇଁଛି ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଦର । ପେଟ୍ରୋଲ ଲିଟର ପିଛା ପୁଣି ୨୨ ଟଙ୍କା ୨୦ ପଇସା ବୃଦ୍ଧି କରାଯାଇଛି । ଯାହାଫଳରେ ପେଟ୍ରୋଲ ଲିଟର ୨୭୨ ଟଙ୍କା ଛୁଇଁଛି । ଡଲାର ତୁଳନାରେ ପାକିସ୍ତାନୀ ଟଙ୍କା ମୂଲ୍ୟ ହ୍ରାସ ଯୋଗୁ ସରକାର ପେଟ୍ରୋଲିୟମ ସାମଗ୍ରୀ ଦର ବଢ଼ାଇଛନ୍ତି ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏକ ପ୍ରେସ୍ ରିଲିଜ ଜାରି କରାଯାଇଛି । ନୂଆ ଦର ଲାଗୁ ପରେ ହାଇସ୍ପିଡ ଡିଜେଲ ଦାମ ଲିଟର ପିଛା ୨୮୦ ଟଙ୍କା ଓ କିରୋସିନ ୨୦୨ଟଙ୍କା ୭୩ ପଇସା ହୋଇଛି । ଆର୍ଥିକ ମାନ୍ଦାବସ୍ଥା ଯୋଗୁ ପାକିସ୍ତାନ ଅତି ଖରାପ ସ୍ଥିତି ଦେଇ ଗତି କରୁଥିବା ବେଳେ ଦରଦାମ ବୃଦ୍ଧି ମୁଦ୍ରାସ୍ଫୀତି ଆହୁରି ବଢ଼ାଇବା ଆଶଙ୍କା କରାଯାଉଛି ।
“The eyes believe themselves, the ears believe other people.”
More Stories
ରାତିରେ ହଇରାଣ କରୁଛି କି ଆପଣଙ୍କ ଶିଶୁ
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର