The Topmost

“The eyes believe themselves, the ears believe other people.”

ପେଗାସସ୍ ସଫ୍ଟଓ୍ବେରକୁ ନେଇ ପୁଣି ଚାଞ୍ଚଲ୍ୟକର ତଥ୍ୟ

ଏନଏସଓ ଗ୍ରୁପର ପେଗାସସ୍ ସଫ୍ଟଓ୍ବେରକୁ ନେଇ ପୁଣି ଚାଞ୍ଚଲ୍ୟକର ତଥ୍ୟ । ବିଭିନ୍ନ ରାଜନୈତିକ ଦଳ ଓ ଅଧିକାର ସଂଗଠନ ପକ୍ଷରୁ ସମାଲୋଚନାର ଶିକାର ହୋଇଥିବା ପେଗାସସକୁ ଓ୍ବାର ଜୋନରେ ବ୍ୟବହାର କରାଯାଇଛି ବୋଲି ତଥ୍ୟ ପଦାକୁ ଆସିଛି । ଆର୍ମେନିଆର ବହୁ ସାମ୍ବାଦିକ, ମାନବାଧିକାର ସଂଗଠନ, ଆଇନଜୀବୀ, ଜାତିସଂଘର ଜଣେ ଅଧିକାରୀ ଆଦି ବ୍ୟକ୍ତିବିଶେଷଙ୍କୁ ପେଗାସସ ଜରିଆରେ ଟାର୍ଗେଟ କରାଯାଇଛି ବୋଲି ରିପୋର୍ଟ ପ୍ରକାଶ ପାଇଛି । ଆର୍ମେନିଆର ନାଗୋର୍ଣ୍ଣୋ-କାରାବାଖ ଅଞ୍ଚଳରେ ସଂଘର୍ଷ ଜାରି ରହିଥିବାବେଳେ ପେଗାସସକୁ ବ୍ୟବହାର କରାଯାଇଥିଲା । ବିବାଦୀୟ ନାଗୋର୍ଣ୍ଣ-କାରାବାଖ ଅଞ୍ଚଳକୁ ନେଇ ଦୀର୍ଘ ବର୍ଷ ଧରି ଆର୍ମେନିଆ ଓ ଆଜରବୈଜାନ ମଧ୍ୟରେ ସଂଘର୍ଷ ଜାରି ରହିଛି । ଏହି ଅଞ୍ଚଳ ଆଜରବୈଜାନର ହୋଇଥିଲେ ସୁଦ୍ଧା ଆର୍ମେନିଆ ଏହାକୁ ନିଜର ବୋଲି ଦାବି କରୁଛି । ଉଭୟ ପକ୍ଷରୁ ଯୁଦ୍ଧ ଅପରାଧ ଘଟାଯାଉଥିବାବେଳେ ଆର୍ମେନିଆର ଯୁଦ୍ଧବନ୍ଦୀଙ୍କୁ ଗଣହତ୍ୟା କରାଯାଉଛି ବୋଲି ଆର୍ମେନିଆ ଅଭିଯୋଗ କରିଆସୁଛି ।